ସୋନପୁର ସଭାରୁ ସ୍ପଷ୍ଟ ହେଲା ବିଜେପିର ଆଭିମୁଖ୍ୟ । ଚଳିତ ନିର୍ବାଚନରେ ବିଜେଡି ସହ ହେବ ଜୋରଦାର ଲଢେଇ !

92

କନକ ବ୍ୟୁରୋ : ସୋନପୁର ସଭାରୁ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଗର୍ଜନ କରି ଚଳିତ ନିର୍ବାଚନରେ ବିଜେପିର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଚଳିତ ନିର୍ବାଚନରେ ଓଡିଶାରେ ଏହା ଅମିତ ଶାହଙ୍କ ପ୍ରଥମ ନିର୍ବାଚନ ରାଲି ଥିଲା । ବିଜେପିର ଏହି ଶୀର୍ଷ ନେତା କହିଛନ୍ତି, ରାଜ୍ୟରେ ଖଣି ସମ୍ପଦ ରହିଛି । ହେଲେ ବିକାଶ ହୋଇପାରୁନି । ବିଜେପି କ୍ଷମତାକୁ ଆସିଲେ ବିକାଶ ହେବ ବୋଲି ଶାହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ୨୦୧୯ ପରେ ପ୍ରଥମ ଥର ରାଜ୍ୟ ସରକାର ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ଯୋଗୁଁ ଓଡିଶା ପଛୁଆ ରାଜ୍ୟ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଓଡିଆ ଭାଷା ଓ ସଂସ୍କୃତି କଥା ଉଠାଇ କଟାକ୍ଷ କରିଛନ୍ତି । ଓଡିଶାରେ ସରକାର ଗଢ଼ିବାକୁ ପାଂଚ ବର୍ଷ ଦେବାକୁ ନିବେଦନ କରିଛନ୍ତି ।