ରାଜଧାନୀର ଓପିଟିସିଏଲ୍ କର୍ମଚାରୀଙ୍କ ନିଆରା ପ୍ରତିବାଦ । ହାତରେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଛନ୍ତି କର୍ମଚାରୀ

41

କନକ ବ୍ୟୁରୋ : ରାଜଧାନୀରେ ଓପିଟିସିଏଲ କର୍ମଚାରୀଙ୍କ ଏପରି ନିଆରା ପ୍ରତିବାଦ । ହାତରେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଛନ୍ତି କର୍ମଚାରୀମାନେ । ଦୀର୍ଘ ଅଢେଇ ବର୍ଷ ବିତିଥିଲେ ମଧ୍ୟ ଘରଭଡା ଏବଂ ଚିକିତ୍ସାଭତା ସଂକ୍ରାନ୍ତରେ କୌଣସି ନିଷ୍ପତି କାର୍ଯ୍ୟକାରୀ ହେଉନଥିବା, ଇଂଜିନିୟରିଂ କ୍ୟାଡର ପୁନରଗଠନ ପ୍ରକ୍ରିୟାରେ ବିଳମ୍ୱ, ପଦବୀର ନାମ ମ୍ୟାନେଜର ବଦଳରେ ଇଂଜିନିୟର ରଖିବା , ଚାକିରୀ କାଳରେ ମୃତ୍ୟୁ ହୋଇଥିବା କର୍ମଚାରୀଙ୍କ ପରିବାରରୁ ଜଣକୁ ଚାକିରୀ ପ୍ରଦାନ କରିବା ପରି ଦାବି ରଖିଛନ୍ତି କର୍ମଚାରୀ । ଦୀର୍ଘ ତିନି ଦିନ ଧରି ଦାବି ନେଇ କୌଣସି ବିଚାର କରାଯାଉନଥିବାରୁ ଓପିଟିସିଏଲ କର୍ମଚାରୀମାନେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିଛନ୍ତି । ଏହି ଦାବି ଗୁଡିକ ପ୍ରତି ଓପିଟିସିଏଲ କର୍ତୃପକ୍ଷ, ଶକ୍ତି ସଚିବ, ଉନ୍ନୟନ କମିଶନର, ମୁଖ୍ୟ ଶାସନ ସଚିବ, ଶକ୍ତିମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତ କ୍ଷେପ କରିବାକୁ ସଂଘ ଦାବି କରିଛି ।