କଖାରୁ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତ ଅଟକ

୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା କେସିଙ୍ଗା ପୁଲିସ

69

କନକ ବ୍ୟୁରୋ : କଖାରୁ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । କଖାରୁ ବୋଝେଇ ଟ୍ରକ ଉପରେ ଚଢାଉ କରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପୁଲିସ ୨୮୧ ପକେଟ ଗଞ୍ଜେଇ ଜବତ କରିଛି, ଯାହାର ପରିମାଣ ୫ କ୍ୱିଂଟାଲ ହେବ । ଏହି ଘଟଣାରେ ପୁଲିସ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ।

ସୂଚନା ଅନୁସାରେ ରାୟଗଡା ପଦ୍ମପୁର ଠାରୁ ୟୁପିର ଗାଜିଆବାଦକୁ ଯାଉଥିଲା । କଖାରୁ ତଳେ ଗଞ୍ଜେଇ ଲୁଚାଯାଇ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା କେସିଙ୍ଗା ଥାନା ପୁଲିସ । ଘଟଣାସ୍ଥଳରେ ଆଇଆଇସି ସତ୍ୟ କୁମାର ନନ୍ଦ, ଇନ୍ସପେକ୍ଟର ଦୀପାଞ୍ଜଳି ପ୍ରଧାନ ଓ ମାଜି ଷ୍ଟ୍ରେଟ୍ ଭାବେ ସ୍ଥାନୀୟ ତହସିଲଦାର ଉପସ୍ଥିତ ରହି ଗଂଜେଇ ଜବତ କରିଛନ୍ତି ।