ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ । କେନ୍ଦ୍ର ସରକାରଙ୍କୁ ସୁପାରିଶ କଲା ଭାରତୀୟ ପାରା ଅଲିମ୍ପିକ୍ସ ସମିତି

92

କନକ ବ୍ୟୁରୋ: ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି  । ଭାରତୀୟ ପାରା ଅଲିମ୍ପିକ୍ସ ସମିତି ପ୍ରମୋଦ ଭଗତଙ୍କ ସହ ୪ ଜଣଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇଁ ସୁପାରିଶ କରିଛି । ଏହି ୪ ଜଣଙ୍କ ମଧ୍ୟରୁ ପ୍ରମୋଦ ଓ ମନୀଷ ନରୱାଲ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ପ୍ରମୋଦ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାର ବିରଳ ସଫଳତା ହାସଲ କରିଛନ୍ତି  । ତେଣୁ ସେ ଏହି ସମ୍ମାନଜନକ ପୁରସ୍କାର ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି  । ଏହାହେଲେ ଖେଳରତ୍ନ ପୁରସ୍କାର ଜିତିବାରେ ସେ ହେବେ ପ୍ରଥମ ଓଡ଼ିଆ ଖେଳାଳି  । ପୂର୍ବରୁ ୯ ଜଣ ଓଡ଼ିଆ ଅର୍ଜୁନ ପୁରସ୍କାର ପାଇଛନ୍ତି  ।