ବଂଚିଗଲେ ଶହେରୁ ଅଧିକ ତିମି । ଅଷ୍ଟ୍ରେଲିଆ ଉପକୂଳରେ ଫସିଯାଇଥିଲେ, ସ୍ଥାନୀୟ ଲୋକ ଓ ସାମୁଦ୍ରିକ ବିଶେଷଜ୍ଞଙ୍କ ସହଯୋଗଗରେ ଚାଲିଛି ଉଦ୍ଧାରକାର୍ଯ୍ୟ

120

କନକ ବ୍ୟୁରୋ : ସମୁଦ୍ର ବେଳାଭୂମିରେ ଫସିଗଲେ ଶହେରୁ ଅଧିକ ତିମି । ବଂଚିବାକୁ ସଂଘର୍ଷ କରୁଛନ୍ତି ବିଶାଳକାୟ ଜଳଚର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମ ଅଷ୍ର୍ଟ୍ରେଲିଆର ସମୁଦ୍ର କୂଳରେ । ୧୬୦ରୁ ଅଧିକ ତିମି ଫଶିଥିବା ବେଳେ ୩୦ରୁ ଅଧିକ ଜୀବନ ଗଲାଣି । ପ୍ରତି ଘଂଟାରେ ଗୋଟିଏ ଗୋଟିଏ ତିମିଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୩୦ରୁ ଅଧିକ ତିମିଙ୍କ ଜୀବନ ବଂଚାଇକୁ ଜୋରଦାର ପ୍ରୟାସ କରାଯାଉଛି । ଯୁଦ୍ଧକାନୀଳ ଭିତିରେ ୨୦ଟି ତିମିଙ୍କୁ ସମୁଦ୍ରର ଅନ୍ୟ ଏକ ତଟକୁ ଡଙ୍ଗା ସାହାଯ୍ୟରେ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ବହୁ ସଂଖ୍ୟାରେ ତିମିଙ୍କୁ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକ ଆଗକୁ ଆସିଛନ୍ତି । ତିମିଙ୍କ ଉପରେ ପାଣି ପକାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରେ ସାମୁଦ୍ରିକ ବିଶେଷଜ୍ଞ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି ।