Daily Archives

September 10, 2021

ମନ୍ତ୍ରୀଙ୍କ ଘରେ ପଶିଲେ ଚୋର । ତାଲା ଭାଙ୍ଗିଲେ, ଟିଭି ଚୋରି କରି ନେଇଗଲେ । 

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଘରୁ ଚୋରି । ଓଡ଼ିଶାର କୌଣସି ମନ୍ତ୍ରୀ ନୁହଁନ୍ତି ବରଂ ରାଜସ୍ଥାନର ଏକ ମନ୍ତ୍ରୀଙ୍କ ଘରୁ ଚୋରି ହୋଇଛି । ରାଜସ୍ଥାନ ଦୋସା ଜିଲ୍ଲାର ଲାଲସୋଟ ଥାନା ଅଞ୍ଚଳରେ ଗତ ଗୁରୁବାର ରାତିରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପରସାଦି ଲାଲ ମୀଣାଙ୍କ ଘରୁ ଚୋରି ହୋଇଛି । ମନ୍ତ୍ରୀଙ୍କ…

ଜାମ୍ମୁ କାଶ୍ମୀର ସମସ୍ୟା ପାଇଁ କଂଗ୍ରେସ ଓ ନେହେରୁ ଦାୟୀ । ପଢନ୍ତୁ, ଏପରି କାହିଁକି କହିଲେ ବିଜେପି ମୁଖପାତ୍ର?

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରକୁ ନେଇ କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବୟାନ ପରେ ଏବେ ଏହାକୁ ନେଇ କଂଗ୍ରେସକୁ ତେରେଛା ବାଣ ମାରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଜାମ୍ମୁ କାଶ୍ମୀରର ସମସ୍ୟା ପାଇଁ ସମ୍ବିତ ସିଧାସଳଖ କଂଗ୍ରେସ ପାର୍ଟି ଏବଂ ନେହେରୁ ଦାୟୀ ବୋଲି କହିଛନ୍ତି ।…

ଶତ୍ରୁ ହେବେ ସାବାଡ । ଆକାଶରେ ପଇଁତରା ମାରିବ, ଶତ୍ରୁର ସବୁ ଷଡଯନ୍ତ୍ର ଉପରେ ନଜର ରଖିବ ସେନାର ଆଖି ।

କନକ ବ୍ୟୁରୋ : ଆକାଶରେ ବଢ଼ିବ ସେନାର ଆଖି  । ୬ଟି ନୂଆ ଆୱାକ୍ସ ନିର୍ମାଣକୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମତି  । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ନିଜର ଶତ୍ରୁ ମନୋଭାବ ଓ ଷଡ଼ଯନ୍ତ୍ର ବଜାୟ ରଖିଥିବା ବେଳେ ଧୀରେ ଧୀରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି ଭାରତ  । ଆକାଶରେ ସେନାର ଆଖି…

ଆସନ୍ତାକାଲି ଶପଥ ନେବ ତାଲିବାନ ସରକାର । ଏବେଠୁ ଚେତାଇ ଦେଲାଣି ଜାତିସଂଘ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ଆସନ୍ତକାଲି ଶପଥ ନେବ ତାଲିବାନ ସରକାର । ତେବେ ତାଲିବାନ ଚଳାଇଥିବା ଆତଙ୍କରାଜକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଚିନ୍ତା ପ୍ରକାଶ ପାଇଲାଣି । ମହିଳାଙ୍କ ଅଧିକାର ସଙ୍କୁଚିତ କରିବା ଓ ଶାନ୍ତିପୂର୍ଣ୍ଣ ରାଲିକୁ କଠୋର ଭାବେ ଦମନ କରିବା ନେଇ ଜାତିସଂଘର ମାନବାଧିକାର…

ବିରାଟ କୋହଲିଙ୍କୁ ନେଇ ଖୁସି ନାହାଁନ୍ତି ବିସିସିଆଇ ଅଧିକାରୀ? ରୋହିତଙ୍କୁ ମିଳିପାରେ କ୍ୟାପଟେନ୍ ପଦ!

କନକ ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଯାହାର ନେତୃତ୍ୱ ନେବେ ବିରାଟ କୋହଲି । ଜଣେ ଅଧିନାୟକ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଏବେ କୋହଲିଙ୍କ ପାଇଁ କର ବା ମର ସାବ୍ୟସ୍ତ ହୋଇପାରେ । କାହିଁକି ନା, ଏ ପର୍ଯ୍ୟନ୍ତ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟରେ ଗୋଟିଏ…

ମନୋଜ ଦାସଙ୍କ ଫଟୋ ଚିତ୍ରକୁ ନେଇ ତେଜିଲା ବିବାଦ? ସୋସିଆଲ ମିଡ଼ିଆରେ ସମାଲୋଚନା, ସ୍ପଷ୍ଟୀକରଣ ଦେଲା ସମ୍ପାଦନାମଣ୍ଡଳୀ ।

କନକ ବ୍ୟୁରୋ : ଶିଶୁଲେଖାରେ ପ୍ରକାଶିତ ବିଶିଷ୍ଟ ସାହିତ୍ୟକ ସ୍ୱର୍ଗତ ମନୋଜ ଦାସଙ୍କ ଫଟୋକୁ ନେଇ ବିବାଦ ଦେଖା ଦେଇଛି । ଫଟୋ ବିକୃତ କରି ଚିତ୍ରଣ କରାଯାଇଥିବା ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି । ତେବେ ଫଟୋ ଚିତ୍ରକୁ ବିକୃତ କରାଯାଇନଥିବା ସ୍ପଷ୍ଟିକରଣ ରଖିଛନ୍ତି, ସମ୍ପାଦନାମଣ୍ଡଳୀ ଓ…