Daily Archives

September 28, 2021

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୩୪ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ମହାମାରୀ କରୋନା ଭାଇରସରୁ ୬୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୧୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ…

ଲଗାଣ ବର୍ଷା ହେଲା କାଳ । ଉଛୁଳିଲା ଡ୍ୟାମ୍ ପାଣି, ଭାସିଗଲା ଯାତ୍ରୀବାହି ବସ୍ ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବର୍ଷାର ମହାବିତ୍ପାତ ଦେଖିବାକୁ ମିଳିଛି । ଯାହାଫଳରେ ବନ୍ୟାରେ ଭାସିଯାଇଛି ଯାତ୍ରୀବାହୀ ବସ୍ । ନାନ୍ଦେଡରୁ ନାଗପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ପାଇଁ ୟେବତମାଲରେ ଥିବା ଏକ ଡ୍ୟାମରେ ଜଳସ୍ତର ବଢିବାରେ…

ମୁମ୍ବାଇର ଦମଦାର ବୋଲିଂ । ରୋହିତ ବାହିନୀ ଆଗରେ ୧୩୬ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ପଞ୍ଜାବ ।

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୩୬ ରନର ବିଜୟଲକ୍ଷ୍ୟ । ଆବୁଧାବିରେ ଖେଳାଯାଉଥିବା ଆଇପିଏଲର ୪୨ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ତେବେ ବ୍ୟାଟିଂ…

ଚାରିଦିନ ପରେ ହାଇଟେକ୍ ହସ୍ପିଟାଲରେ ଦୁର୍ଘଟଣା ଗ୍ରସ୍ତଙ୍କ ଚିକିତ୍ସା ଆରମ୍ଭ । କୋଡ ଆସିନଥିବାରୁ ହେଉନଥିଲା ଚିକିତ୍ସା

କନକ ବ୍ୟୁରୋ: ରାଉରକେଲାର ହାଇଟେକ ହସ୍ପିଟାଲରେ ଦୁର୍ଘଟଣାର ଶିକାର ହୋଇଥିବା ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ସଂପର୍କିତ କୋଡ ଆସିନଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ତାଙ୍କର ଚିକିତ୍ସା ଆରମ୍ଭ ହୋଇପାରିନଥିଲା । ଗୁରୁବାରରୁ ଭର୍ତ୍ତି ହୋଇଥିଲେ ମଧ୍ୟ…

ବାତ୍ୟା ଚାଲିଗଲା, ଦୁର୍ଦ୍ଦଶା ଛାଡିଗଲା । ଭାଙ୍ଗି ଯାଇଛି ଘର, ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ଆଦିବାସୀ ପରିବାର ।

କନକ ବ୍ୟୁରୋ : ଚାଲିଯାଇଛି ବାତ୍ୟା, ଛାଡିଯାଇଛି ଦୁର୍ଦ୍ଦଶା । ଆଦିବାସୀ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ନାଁ ମୁଣ୍ଡ ଗୁଞ୍ଜିବାକୁ ଛପର ଅଛି, ନା କିଛି ଅଛି ଖାଇବାକୁ । ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରେ ବାତ୍ୟା ଗୁଲାବ ଗରିବଙ୍କ ଦୁଃଖ ବଢାଇ ଦେଇଛି । ଅସହାୟ ପଣରେ…

‘ଉରି’ରେ ସେନାର ବଡ ଅପରେସନ୍ । ଧରାପଡିଲା ଲସ୍କର ଆତଙ୍କୀ । ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର ।

କନକ ବ୍ୟୁରୋ: ଗତକିଛି ଦିନ ଧରି ଉରି ସେକ୍ଟରରେ ଜାରି ରହିଛି ସେନାର ଅପରେସନ୍ । ମଙ୍ଗଳବାର ସେନାର ଅପରେସନ୍ ବେଳେ ଜଣେ ୧୯ ବର୍ଷୀୟ ପାକିସ୍ତାନ ଆତଙ୍କବାଦୀ ଗିରଫ ହୋଇଛି । ଗିରଫ ଆତଙ୍କୀ ଅଲ୍ଲୀ ବାବର ପାତ୍ର ଏବଂ ସେ ଲସ୍କର-ଇ-ତୋଇବା ସଂଗଠନର ବୋଲି ଜଣା ପଡିଛି । ସୀମାରେ ଲଗାତାର ଭାବେ…