Daily Archives

June 1, 2021

ଭାରତ ଫେରିପାରେ ପଳାତକ ମେହୁଲ ଚୌକସି । ଡୋମିନିକାରେ ଡେରା ପକାଇଛନ୍ତି ୮ ଜଣିଆ ଭାରତୀୟ ଦଳ ।

କନକ ବ୍ୟୁରୋ: ଭାରତ ଫେରିବ ମେହୁଲ ଚୌକସି? ଡୋମିନିକାରେ ଡେରା ପକାଇଛି ଭାରତୀୟ ଦଳ । ପଳାତକ ମେହୁଲ ଚୌକସି ଗିରଫ ପରେ ଏବେ ଭାରତକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ ଜଣିଆ ଟିମ୍ ଏବେ ଡୋମିନିକାରେ ଡେରା ପକାଇଛନ୍ତି । ବୁଧବାର ଡୋମିନିକା…

ବାବା ରାମଦେବଙ୍କ ବୟାନକୁ ବିରୋଧ । କଳାଦିବସ ପାଳିଲେ ରେସିଡେଣ୍ଟ ଡାକ୍ତର । ସର୍ବ ସାଧାରଣରେ ନିସର୍ତ କ୍ଷମା ମାଗିବାକୁ…

କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମଦେବଙ୍କୁ ବିରୋଧ । ରେସିଡେଂଟ ଡାକ୍ତର ପାଳିଲେ କଳା ଦିବସ । ଏଲୋପାଥି ଚିକିତ୍ସାକୁ ନେଇ ଯୋଗ ଗୁରୁଙ୍କ ବିବାଦୀୟ ବୟାନକୁ ନେଇ ବିରୋଧ ତେଜିବାରେ ଲାଗିଛି । କେଉଁଠି ପ୍ଲାକାର୍ଡ ଧରି ତ କେଉଁଠି ପିପିଇ କିଟ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଡାକ୍ତର ।…

ଜୁନ ପହିଲାରୁ ଦେଶରେ କମିଲା କରୋନା ସଂକ୍ରମଣ, କମିଲା ମୃତ୍ୟୁ । ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ,…

କନକ ବ୍ୟୁରୋ: ତଳମୁହାଁ କରୋନା ମିଟର । ଜୁନ ପହିଲାରୁ କମିଲା ସଂକ୍ରମଣ । ଦେଶରେ ଜୁନ ଆରମ୍ଭରୁ କମିଲା ସଂକ୍ରମଣ, କମିଲା ମୃତ୍ୟୁ ହାର । ଜୁନ ପହିଲାରେ ଦେଢ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ ଓ ୩ ହଜାର ତଳେ ରହିଛି ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ…

ଟୀକାର ନିଅଣ୍ଟିଆ ସ୍ଥିତି ଭିତରେ ଆଇସିଏମଆର ମୁଖ୍ୟଙ୍କ ବଡ଼ ଦାବି । ଅଗଷ୍ଟ ପହିଲାରୁ ଗୋଟିଏ ଦିନରେ ଦେଶବାସୀଙ୍କୁ ଦିଆଯିବ…

କନକ ବ୍ୟୁରୋ: ଜୁଲାଇ ଅଧାରୁ ଅବା ଅଗଷ୍ଟ ଆରମ୍ଭରୁ ଦେଶରେ ଦିନକୁ ୧ କୋଟି ଟୀକାକରଣ ହୋଇପାରିବ । ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ୍ ଏହି ସୁଚନା ଦେଇ କହିଛନ୍ତି, ବର୍ଷ ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଉଭୟ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍…

ଓଡିଶାରେ ଦିଆଗଲା ଟ୍ରମ୍ପ ନେଇଥିବା ଔଷଧ । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦିଆଗଲା ‘ମନକ୍ଲୋନାଲ ଆଣ୍ଟିବଡି କକଟେଲ’ ।…

କନକ ବ୍ୟୁରୋ: ଓଡିଶାରେ ଟ୍ରମ୍ପ ଔଷଧ । ରାଜ୍ୟରେ ପ୍ରଥମଥର ପାଇଁ ବ୍ୟବହାର ହେଲା ‘ଟ୍ରମ୍ପ’ ଔଷଧ । କରୋନାର ଚିକିତ୍ସା ପାଇଁ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯେଉଁ କକଟେଲ ବା ଔଷଧ ଦିଆଯାଇଥିଲା, ଆଜି ପ୍ରଥମ ଥର ପାଇଁ ଓଡିଶାରେ ସେହି କକଟେଲ ବ୍ୟବହାର କରାଯାଇଛି ।…

ବ୍ରାଣ୍ଡ୍ ଅସଲି, ଟିଭି ନକଲି । ଭୁବନେଶ୍ୱର ୪ଟି ସୋରୁମରେ ଚଢ଼ାଉ, ୧୨୦ଟି ଟିଭି ଜବତ, ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା…

କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀ ନକଲି କଥା ଶୁଣୁଥିଲେ । ନକଲି ଘିଅ, ନକଲି ମୋବିଲ, ନକଲି ମସଲା ଗୁଣ୍ଡ, ନକଲି ପନୀର ଖବର ବି ଜାଣିଥିଲେ, ହେଲେ ଆପଣମାନେ କେବେ ଚିନ୍ତା କରିନଥିବା ଟିଭି ବି ନକଲି ଅଛି । ଆଜି ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଠାରୁ…