ଅସହ୍ୟ ଟ୍ୱିନିସିଟି , ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀରେ ୪୪,୬ଡିଗ୍ରୀ ରେକର୍ଡ .ରେଡ୍ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ ।

137

କନକବ୍ୟୁରୋ : ଜଳୁଛି ରାଜଧାନୀ । ଆଜି ଉଭୟ ଭୁବନେଶ୍ୱର ଓ କଟକ ସହରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଛି ତାପମାତ୍ରା । ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ରେର୍ଡ ଆର୍ଲଟ ଜାରି କରାଯାଇଛି । ଭୁବନେଶ୍ୱରରେ ଚଳିତ ସିଜିନ୍ର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଦିନ ୧୧ଟା ୩୦ ସୁଦ୍ଦା ରାଜଧାନୀରେ ୪୧ ଦଶମିକ ୬ ତାପମାତ୍ରା ରେକର୍ଡ ହୋଇଛି । ଏହାପୂର୍ବରୁ କଟକ ଭୁବନେଶ୍ୱର ସମେତ ଆଜି ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୭ ଜିଲ୍ଲାକୁ ଅଂରେଜ ୱାର୍ଣ୍ଣିଂ ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅସହ୍ୟ ତାତି ପାଇଁ ଉତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୨୪ ଘଂଟା ପାଇଁ ମୟୂରଭଂଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।