ଜୁନ ପହିଲାରୁ ଦେଶରେ କମିଲା କରୋନା ସଂକ୍ରମଣ, କମିଲା ମୃତ୍ୟୁ । ୨୪ ଘଂଟାରେ ୧ ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ, ୨ ହଜାର ୭୯୫ ମୃତ ।

248

କନକ ବ୍ୟୁରୋ: ତଳମୁହାଁ କରୋନା ମିଟର । ଜୁନ ପହିଲାରୁ କମିଲା ସଂକ୍ରମଣ । ଦେଶରେ ଜୁନ ଆରମ୍ଭରୁ କମିଲା ସଂକ୍ରମଣ, କମିଲା ମୃତ୍ୟୁ ହାର । ଜୁନ ପହିଲାରେ ଦେଢ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ ଓ ୩ ହଜାର ତଳେ ରହିଛି ମୃତ୍ୟୁ ସଂଖ୍ୟା । ୨୪ ଘଂଟାରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରଥମଥର ପାଇଁ ୩ହଜାର ତଳକୁ ଖସିଛି ଦେଶର ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ୨ ହଜାର ୭୯୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତ ୨କୋଟି ୮୧ ଲକ୍ଷ ୭୫ ହଜାର ୪୪ ଛୁଇଁଛି । ସେଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ଜଣ । ଦେଶର ୩ଲକ୍ଷ ୩୧ ହଜାର ୮୯୫ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଏବେବି କରୋନା ଆକ୍ରାନ୍ତ ହୋଇ ୧୮ ଲକ୍ଷ ୯୫ ହଜାର ୫୨୦ ଚିକିତ୍ସିତ ହେଉଛନ୍ତି ।

ଭାରତ ପାଇଁ ଖରାପ ଥିଲା ମେ’ ମାସ । ଭାରତରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ । କରୋନା ସଂକ୍ରମଣ ମାମଲାରେ ମେ ମାସ ଭାରତକୁ ଗଭୀର କ୍ଷତ ଦେଇ ଚାଲିଗଲା । ମେ ମାସରେ ସାରା ଦୁନିଆରେ ଭାରତରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ କରୋନା ଜନିତ ମୃତ୍ୟୁର ରେକର୍ଡ କରିଛି । ମେ ମାସରେ ଭାରତରେ ପାଖାପାଖି ୯୦ ଲକ୍ଷ ୩୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବିଶ୍ୱର ଯେକୌଣସି ଦେଶ ଓ ଯେକୌଣସି ମାସରେ ଚିହ୍ନଟ ସର୍ବାଧିକ ନୂଆ ମାମଲା । ମେ’ରେ ନୂଆ ପଜିଟିଭ ମାମଲା ୩୦ ପ୍ରତିଶତ ବୃଦ୍ଧି ରେକର୍ଡ କରିିଛି । ପୂର୍ବରୁ ଏପ୍ରିଲରେ ଭାରତରେ ପାଖା ପାଖି ୬୯ ଲକ୍ଷ ୪୦ ହଜାର ନୂଆ ମାମଲା ଚିହ୍ନଟ ହୋଇଥିଲା । ଭାରତ ପଛକୁ ଗୋଟିଏ ମାସରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ତାଲିକାର ତୃତୀରେ ରହିଛି ଆମେରିକା । ଆମେରିକାରେ ଡିସେମ୍ବର ମାସରେ ୬୫ଲକ୍ଷ ୩୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଭାରତରେ ମେ ମାସରେ ୯୦ ଲକ୍ଷ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଶ୍ୱରେ ଗୋଟିଏ ମାସରେ ସର୍ବାଧିକ ମୃତ୍ୟୁ ମଧ୍ୟ ଭାରତରେ ହୋଇଛି । ମେ ମାସରେ ଭାରତରେ ୧ଲକ୍ଷ ୧୯ ହଜାର ୧୮୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଆସନ୍ତୁ ଏବେ ଦେଖିବା ବିଶ୍ୱରେ ଗୋଟିଏ ମାସରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ଓ ସର୍ବାଧିକ ମୃତ୍ୟୁର ତାଲିକା ।
ସେହିପରି ଭାରତରେ ଏପ୍ରିଲ ମାସରେ ୬୯ଲକ୍ଷ ୩୬ ହଜାର ୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତେବେ ଗୋଟିଏ ମାସରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ତାଲିକାର ଦ୍ୱିତୀୟରେ ରହିଛି ଆମେରିକା । ଆମେରିକାରେ ଜାନୁଆରୀ ମାସରେ ୯୯ ହଜାର ୬୮୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମାସକରେ ସାରା ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ତାଲିକାର ତୃତୀୟ ରହଛି ଆମେରିକା । ଆମେରିକାରେ ଡିସେମ୍ବରରେ ୬୫ ଲକ୍ଷ ୩୪ ହଜାର ୭୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେହି ଡିସେମ୍ବରରେ ୮୩ ହଜାର ୮୪୯ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଆମେରିକାରେ ଜାନୁଆରୀରେ ୬୨ ଲକ୍ଷ ୮୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ମାସରେ ସର୍ବାଧିକ ମୃତ୍ୟୁ ତାଲିକାର ଚତୁର୍ଥରେ ରହିଛି ବ୍ରାଜିଲ । ବ୍ରାଜିଲରେ ଗତ ଏପ୍ରିଲ ମାସରେ ୮୨ ହଜାର ୪୦୧ ଜଣଙ୍କ ଜୀବନ ନେଇ ମହାମାରୀ କରୋନା ।