କନକ ବ୍ୟୁରୋ : ଖାଦ୍ୟ ସାମଗ୍ରୀ ନକଲି କଥା ଶୁଣୁଥିଲେ । ନକଲି ଘିଅ, ନକଲି ମୋବିଲ, ନକଲି ମସଲା ଗୁଣ୍ଡ, ନକଲି ପନୀର ଖବର ବି ଜାଣିଥିଲେ, ହେଲେ ଆପଣମାନେ କେବେ ଚିନ୍ତା କରିନଥିବା ଟିଭି ବି ନକଲି ଅଛି । ଆଜି ଭୁବନେଶ୍ୱରରୁ ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଠାରୁ ବିଭିନ୍ନ ନାମିଦାମୀ କମ୍ପାନୀ ନାଁରେ ନକଲି ଟିଭି ଜବତ କରାଯାଇଛି । ନକଲି ଟିଭି ଆଣି ଶସ୍ତାରେ ବିକ୍ରି କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ ।

Advertisment

ନାମୀଦାମୀ ବ୍ରାଣ୍ଡର ନା’, ଲୋଗୋ ଏବଂ ପ୍ୟାକେଟ୍ ଭିତରେ ଶସ୍ତା ଓ ବେନାମୀ ଟିଭି ଭର୍ତି କରି ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା, ନକଲି ଟିଭିର କାରବାର । ଏହି ନକଲି ଟିଭି କୌଣସି ଖୋଲା ମାର୍କେଟରେ ବିକ୍ରି ହେଉନଥିଲା, ବରଂ ଗ୍ରାହକଙ୍କୁ ଆକର୍ଷିତ କଲା ଭଳି ଭୁବନେଶ୍ୱର ୪ ପ୍ରମୁଖ ସୋରୁମରେ ଚାଲିଥିଲା ନକଲି କାରବାର ।

ଏକାଧିକ ସ୍ଥାନରେ ଚଢଉ କରି ୧୨୦ଟି ଟିଭି ଜବତ କରିଛି ସ୍ପେଶାଲ ସ୍କାର୍ଡ଼ । ବଡ଼ ବଡ଼ ଏଲଇଡ଼ିକୁ ମାର୍କେଟରେ ଶସ୍ତାରେ ବିକ୍ରି କରୁଥିଲା ଏହି ଠକ ଗ୍ୟାଙ୍ଗ । ଏହି ମାର୍କେଟରେ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିରେ ୪ଜଣ ସୋରୁମ ମାଲିକ ଗିରଫ ହୋଇଛନ୍ତି । ଏହି ୪ଜଣ କୋଲକାତାରୁ ଟିଭି ଆଣି ନିଜ ସୋରୁମରେ ବିକ୍ରି କରୁଥିଲେ । ଗୋଟିଏ ଗୋଟିଏ, ଏଲଇଡି ଏବଂ ଏଲସିଡି ଟିଭିକୁ ବଜାରରେ ବିକ୍ରି ହେଉଥିବା ଦାମ ଠାରୁ ଅଧା ଦାମରେ ବିକ୍ରି କରୁଥିଲେ ଏହି ଠକ ଗ୍ୟାଙ୍ଗ । ଶସ୍ତାରେ ଟିଭି କେମିତି ମିଳୁଛି ବୋଲି ଯଦି କିଏ ପ୍ରଶ୍ନ କରୁଥିଲେ, ସେମାନଙ୍କୁ କହୁଥିଲେ- ଏହି ଟିଭି ଗୁଡ଼ିକ ସିଧାସଳଖ ପାରାଦୀପ ପୋର୍ଟ ଦେଇ ଆସୁଛି, ଜିଏସଟି କିମ୍ବା ଅନ୍ୟାନ୍ୟ ଟ୍ୟାକ୍ସ ଦେବାକୁ ପଡୁନାହିଁ ।