ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ସତ୍ୟଭାମାପୁରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜଣାଇବେ ଶ୍ରଦ୍ଧାଞ୍ଜଳି, କୁଳିଆରେ ଜନସଭାରେ ଯୋଗ ଦେବେ ।

111

କନକ ବ୍ୟୁରୋ : ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାହୁଲ । ବିମାନବନ୍ଦରରେ ରାହୁଲଙ୍କୁ ପିସିସି ସଭାପତି ଓ ପ୍ରଭାରୀ ସ୍ୱାଗତ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ସତ୍ୟଭାମାପୁରରେ ପହଞ୍ଚିବେ ରାହୁଲ । ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ହେଲିକପ୍ଟର ଯୋଗେ ସାଲେପୁର କୁଳିଆ ପଡ଼ିଆକୁ ଯିବେ । ସେଠାରେ ଆୟୋଜିତ ସମାବେଶରେ ଯୋଗଦେଇ ଉଦବୋଧନ ଦେବେ ରାହୁଲ ଗାନ୍ଧୀ ।

ଆଜି ଓଡ଼ିଆଙ୍କ ପାଇଁ ସ୍ୱାଭିମାନ ଦିବସ, ତେଣୁ ଓଡ଼ିଶାଙ୍କ ସ୍ୱାଭିମାନ ଓ ଅସ୍ମିତା କଥା କହିପାରନ୍ତି ରାହୁଲ ଗାନ୍ଧୀ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀ ,ନେତା, କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।