ଲାଇକେରା ଠାରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ମହିଳା ସମାବେଶ । ଟାର୍ଗେଟରେ ବିରୋଧୀ ,କହିଲେ ବିରୋଧୀ ନେତାମାନେ ହେଉଛନ୍ତି ସିଜନାଲ୍ ପକ୍ଷୀ ।

103

 

କନକବ୍ୟୁରୋ :ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳୀ ଦାସ ଯୋଗଦେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ବିରୋଧୀ ନେତାମାନେ ସିଜନାଲ୍ ପକ୍ଷୀ, ନିର୍ବାଚନ ଋତୁରେ ଆସିବେ ପୁଣି ଫେରିଯିବେ ।

ଆମେ ୩୬୫ ଦିନ ଆପଣମାନଙ୍କ ସହ ରହିବୁ ସେ କହିଛନ୍ତି । ଏହି ସମାବେଶରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ୩ ହଜାରରୁ ଅଧିକ ମହିଲା ସାମିଲ ହୋଇଥିଲେ ।