Daily Archives

November 11, 2020

ସୀମାରେ ବଢ଼ିଲା ଶାନ୍ତିର ସମ୍ଭାବନା । ସୈନ୍ୟ ଅପସାରଣ ନେଇ ଭାରତ ଓ ଚୀନ୍ ମଧ୍ୟରେ ସହମତି ହୋଇଥିବା ସୂଚନା, ୩ଟି…

କନକ ବ୍ୟୁରୋ : ଲଦାଖ ସୀମାରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଂଝା ଭିତରେ ଶୀଘ୍ର ସମାଧାନ ବାହାରିବାର ସମ୍ଭାବନା ଦେଖାଦେଇଛି । ପୂର୍ବ ଲଦାଖ ସେକ୍ଟରରୁ ସୈନ୍ୟ ଅପସାରଣ ପାଇଁ ଦୁଇ ଦେଶର ସେନା ସହମତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଷ୍ଟମ କର୍ପସ୍ କମାଣ୍ଡର…

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଅଜବ ପରିସ୍ଥିତି । ଏବେବି ପରାଜୟ ମାନିବାକୁ ନାରାଜ ଟ୍ରମ୍ପ, ଟ୍ରମ୍ପଙ୍କ…

କନକ ବ୍ୟୁରୋ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅଜବ ପରିସ୍ଥିତି । ପରାଜୟ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ସେପଟେ ମାଇକ ପମ୍ପିଓଙ୍କ ନୂଆ ମନ୍ତବ୍ୟ ବିବାଦକୁ ବଢ଼ାଇ ଦେଇଛି । ଆମେରିକାବାସୀ ଦ୍ୱିତୀୟଥର ଟ୍ରମ୍ପ ପ୍ରଶାସନ ପାଇଁ ପ୍ରସ୍ତୁତ ହେଉଥିବା ପମ୍ପିଓ…

ଆମେରିକାରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି । ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ, ଏଯାଏଁ…

କନକ ବ୍ୟୁରୋ : ଆମେରିକାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ନୂଆ ଆକ୍ରାନ୍ତ । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୧ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ…

ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ । କହିଲେ, ଭାରତ ମାତା କି ଜୟ… ରାସ୍ତା ସାରା ଲୋକ ଜଣାଇଲେ ସମର୍ଥନ ।

କନକ ବ୍ୟୁରୋ: ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ୱାମୀ । ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଜେଲରୁ ମୁକୁଳିଲେ । ମୁମ୍ବାଇ ତଲୋଜା ଜେଲରୁ ମୁକ୍ତ ହୋଇ ଆସିଲେ ଅର୍ଣ୍ଣବ । ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିବା ପରେ ଆଜି ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି ଅର୍ଣ୍ଣବ…

ରାଉରକେଲା କ୍ରସର ୟୁନିଟ୍ ମାଲିକ ଅପହରଣ ଘଟଣାକୁ ବିତିଲାଣି ୯୬ ଘଣ୍ଟା । ଏଯାଏ ଅପରାଧୀଙ୍କ ଟେର ପାଉନି ପୋଲିସ,…

କନକ ବ୍ୟୁରୋ : ରାଉରକେଲା କ୍ରସର ୟୁନିଟ୍ ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣକୁ ୪ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କ ଖୋଜଖବର ପାଉନି ସୁନ୍ଦରଗଡ ପୋଲିସ । ଦୁବୃର୍ତ୍ତଙ୍କ ପାଖରୁ ଫୋନକଲ୍ ଆସୁଥିଲେ ମଧ୍ୟ ସେମାନଙ୍କ ଠିକଣା ପାଇବା ପୋଲିସ ପାଇଁ କାଠିକର ପାଠ ହୋଇଛି । ଏହାରି ଭିତରେ ପ୍ରଦୀପଙ୍କ…

ବିହାର ରାଜନୀତି ଗଣିତକୁ ବିଗାଡି ଦେଲେ ଦୁଇ ନେତା । ବଡ଼ ଭାଇରୁ ସାନ ଭାଇ ବନିଲେ ନୀତିଶ, ଧୂଳିସାତ୍ ହେଲା ତେଜସ୍ୱୀଙ୍କ…

କନକ ବ୍ୟୁରୋ : ବିହାର ରାଜନୀତିର ଗଣିତକୁ ବିଗାଡି ଦେଲେ ଦୁଇ ଜଣ ନେତା । ଚିରାଗ ପାଶୱାନ୍ ଓ ଅସଦୁଦ୍ଦିନ୍ ଓୱେସୀ । ଏହି ଦୁଇ ନେତାଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । କାରଣ ଜଣେ ନୀତିଶଙ୍କ ଜେଡିୟୁକୁ ବଡ ଭାଇରୁ ସାନ ଭାଇ ବନାଇଦେଲା ଏବଂ ଅନ୍ୟଜଣେ ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା…