ପ୍ରଣବ ଓ ଅରୁଣ ଦେଲେ ନେତାଙ୍କୁ ଟ୍ରେନିଂ: ବିଜେଡିର ୨୦୨୪ କସରତ ଆରମ୍ଭ

264

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡିଛି ବିଜେଡି । ଏଥିପାଇଁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀକୁ ଫୋକସରେ ରଖିଛି ଦଳ । ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଦେଖନ୍ତୁ ଏହି ଦୃଶ୍ୟକୁ । ଧର୍ମଶାଳାରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ଅରୁଣ ଦାସ ଦଳୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।

– ୨୪ ପାଇଁ ଛାତ୍ର ଓ ଯୁବ ନେତାଙ୍କୁ ଟିପ୍ସ ଦେଇଛି ବିଜେଡି
-୨୨ ବର୍ଷର ବିକାଶ ଏଜେଣ୍ଡାକୁ ନେଇ ଗାଁକୁ ଯିବ ଦଳ
-ସୋସିଆଲ ମିଡିଆକୁ ବଡ ଅସ୍ତ୍ର କରିବ ବିଜେଡି
– ଯୁବ ନେତାଙ୍କୁ ପଂଚାୟତ ଜଗିବାକୁ ପରାମର୍ଶ

ସେପଟେ ପ୍ରଶିକ୍ଷଣ ଶିବିର ନେଇ ବିଜେଡିକୁ କଟାକ୍ଷ କରିଛି ବିଜେପି । ଦଳ କହିଛି, ନିର୍ବାଚନ ରଣନୀତି ଚୋରି କରୁଥିବା ଲୋକଙ୍କର ପ୍ରଶିକ୍ଷଣର କଣ ଆବଶ୍ୟକତା ରହିଛି ? ଶାସକ ଦଳଠାରୁ ଲୋକେ ମୁହଁ ଫେରାଇବା ଆଭାସ ମିଳୁଛି । ବିଜେପିର ଭାଷା ସେମାନେ ପ୍ରୟୋଗ କରୁଛନ୍ତି । ବିଜେପିର ପୁରା ଢାଞ୍ଚାକୁ କପି-ପେଷ୍ଟ କରିବା ଆରମ୍ଭ କରିିଛି ସରକାରୀ ଦଳ ।

ପ୍ରଶିକ୍ଷଣ ଶିବିର ମାଧ୍ୟମରେ ବିଜେଡି ଲୋକଙ୍କ ପାଖରେ ପଂହଚିବାକୁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ବିଜେପି ମଧ୍ୟ କସରତ ଆରମ୍ଭ କରିଦେଇଛି । ରଣନୀତି ଚୂଡାନ୍ତ କରିବାକୁ ବିଜେପି ସଭାପତି ଜେ.ପି .ନଡ୍ଡା ଚଳିତମାସ ଶେଷରେ ଓଡିଶା ଆସୁଛନ୍ତି ।