ମହାରାଷ୍ଟ୍ର ନର୍ଥ ସେଣ୍ଟ୍ରାଲର ବିଜେପି ନେତ୍ରୀ ପୁନମ ମହାଜନଙ୍କ ଟିକେଟ କାଟିଲା ଦଳ । ଜାଣନ୍ତୁ ପୁନମଙ୍କ ସ୍ଥାନରେ କାହାକୁ ମିଳିଲା ଟିକେଟ୍

565

କନକ ବ୍ୟୁରୋ : କଂଗ୍ରେସର ଯୁବନେତ୍ରୀ ତଥା ଦଳର ପୂର୍ବତନ ବରିଷ୍ଠ ନେତା ପ୍ରମୋଦ ମହାଜନଙ୍କ କନ୍ୟା ପୁନମ୍ ମହାଜନଙ୍କ ଟିକେଟ କାଟିଛି ବିଜେପି । ମହାରାଷ୍ଟ୍ର ମୁମ୍ବାଇ ଉତର ଆସନରୁ ସାଂସଦ ଥିବା ପୁନମ୍ ମହାଜନଙ୍କୁ ଚଳିତ ନିର୍ବାଚନରେ ବିଜେପି ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଓଜ୍ୱଳ ନିକମଙ୍କୁ ଟିକେଟ ଦେଇଛି । ଓଜ୍ୱଲ ନିକମ୍ ଜଣେ ଚର୍ଚ୍ଚିତ ଓକିଲ । ମୁମ୍ବାଇ ଆକ୍ରମଣ ବେଳେ ଧରାପଡିଥିବା ଆତଙ୍କବାଦୀ ଅଜମଲ କସାବଙ୍କୁ ଫାଶି ମାମଲାରେ ନିକମଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି କି, ପାର୍ଟିର ନିଷ୍ପତ୍ତି କ୍ରମେ ମୁମ୍ବାଇ ଉତ୍ତର ଆସନ ପାଇଁ ଓଜ୍ୱଲ ନିକମଙ୍କ ନାମ ଉପରେ ମୋହର ଲାଗିଛି ।

ପୁନମ୍ ମହାଜନ ବିଜେପି ଟିକେଟରୁ ୨ଥର ସାଂସଦ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସେ ମୁମ୍ବାଇ ଉତ୍ତର ଆସନରୁ ବିଜେପି ଟିକେଟରେ ଲଢି ବିଜୟୀ ହୋଇଥିଲେ । ପିତା ପ୍ରମୋଦ ମହାଜନଙ୍କ ମୃତ୍ୟୁ ପରେ ପୁନମ୍ ରାଜନୀତିରେ ପ୍ରବେଶ କରିଥିଲେ ।