ଜଳବାୟୁ ପରିବର୍ତନର କରାଳ ରୂପ । ମରୁଡ଼ି କାୟାରେ ଅଧା ବିଶ୍ୱ

100

କନକ ବ୍ୟୁରୋ : ଆମେରିକା, ୟୁରୋପ, ଚୀନ ପ୍ରାୟ ସବୁ ବଡ ବଡ ଦେଶ ଏବେ ଭୟଙ୍କର ଦୁର୍ଭିକ୍ଷ ସ୍ଥିତିକୁ ସାମ୍ନା କରୁଛି । ୟୁରୋପୀୟ ସଂଘର କୋପରନିକସ୍ ରିପୋର୍ଟ ଅନୁଯାୟୀ ୟୁରୋପ ବିଗତ ୫୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ମରୁଡ଼ି ଦେଖାଦେଇଛି । ଚଳିତ ବର୍ଷ ଅଗଷ୍ଟ ପରଠାରୁ ଅଧା ୟୁରୋପରେ ମୃର୍ତ୍ତିକା ଆର୍ଦ୍ରତା ଅଭାବ ପରିଲକ୍ଷିତ ହୋଇଛି । ପୂର୍ବ ଇଥିଓପିଆ, ଉତର କେନିୟା ଏବଂ ସୋମାଲିଆରେ ମରୁଡ଼ି ସ୍ଥିତି ପାଇଁ ପାଖାପାଖି ୨ କୋଟି ୨୦ ଲକ୍ଷ ଲୋକେ ଦୁର୍ଭିକ୍ଷର ଶିକାର ହୋଇଛନ୍ତି । ଆଫ୍ରିକାରେ ଲଗାତାର ତୃତୀୟ ବର୍ଷ ସବୁଠୁ କମ୍ ବର୍ଷା ହେବା ସହ ଅତ୍ୟଧିକ ତାପମାତ୍ରା ଅନୁଭୂତ ହୋଇଛି ।

ମରୁଡ଼ି କାୟାରେ ଅଧା ବିଶ୍ୱ
– ଜଳବାୟୁ ପରିବର୍ତନର କରାଳ ରୂପ
– ଆମେରିକା, ଆଫ୍ରିକା, ୟୁରୋପ, ଚୀନରେ ଦୁର୍ଭିକ୍ଷ
– ୟୁରୋପରେ ୫ଶହ ବର୍ଷରେ ସବୁଠାରୁ ବଡ଼ ମରୁଡ଼ି
– ଉତ୍ତପ୍ତ ଗ୍ରୀଷ୍ମ ଏବଂ ରେକର୍ଡ ତାପମାତ୍ରା ଯୋଗୁଁ ଭୟଙ୍କର ମରୁଡ଼ି
– ମୃତ୍ତିକାର ଆର୍ଦ୍ରତା ହ୍ରାସ ପାଇବାରେ ଲାଗିଛି
– ପଶ୍ଚିମ ଆମେରିକାରେ ମରୁଡ଼ି ସ୍ଥିତି
– ୧୨ଶହ ବର୍ଷରେ ସବୁଠାରୁ ଭୟଙ୍କର ମରୁଡ଼ି ଦେଖାଦେଇଛି
– ଶୁଖିଲା ପାଗ ଓ ଜଙ୍ଗଲ ନିଆଁ ଯୋଗୁଁ ଜଳସ୍ତର ହ୍ରାସ ପାଉଛି
– ଏସୀୟ ଦେଶ ଚୀନରେ ବି ମରୁଡ଼ି ସ୍ଥିତି
– ଚଳିତ ବର୍ଷ ସର୍ବାଧିକ ତାପମାତ୍ରା ଅନୁଭୂତ
– ୬ ଦଶନ୍ଧୀରେ ଉକ୍ରଟ ମରୁଡ଼ି ଦେଖୁଛି ଚୀନ
– ବିଗତ ବର୍ଷ ତୁଳନାରେ ୬୦% କମ୍ ବର୍ଷା
– ଆଫ୍ରିକାରେ ଦୁର୍ଭକ୍ଷ ପରିସ୍ଥିତି
– ପୂର୍ବ ଇଥିଓପିୟା, ଉତର କେନିୟା ଓ ସୋମାଲିଆରେ ମରୁଡ଼ି
– ଦୁର୍ଭିକ୍ଷ ଶିକାର ହେଲେ ୨ କୋଟିରୁ ଅଧିକ

ସୋମାଲିଆରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ହୋଇଥିବା ବର୍ଷା ପରିମାଣ ଗତ ୬ ଦଶନ୍ଧିରେ ସବୁଠାରୁ କମ୍ । ସେପଟେ ପଶ୍ଚିମ ଆମେରିକା ମରୁଡ଼ି ସ୍ଥିତି ସ୍ୱାଭାବିକ ଘଟଣା ପାଲଟିଛି ।

ଭୋକ ଲାଗୁଛି, ଖାଦ୍ୟ ମିଳୁନି
– ମରୁଡ଼ି ପାଇଁ ଦୁର୍ଭିକ୍ଷ ସ୍ଥିତି
– ଚାଷ ଜମିରେ ଚାଷ ନାହିଁ
– ଫାଟି ଆଁ କରିଛି ମାଟି
– ଖାଦ୍ୟ, ଶସ୍ୟ ଉତ୍ପାଦନରେ ବାଧା
– ଆଫ୍ରିକାରେ ଖାଦ୍ୟ ସଂକଟ
– ଭୋକରେ ମରୁଛନ୍ତି ଛୋଟ ପିଲା
– ଖାଦ୍ୟ, ସାମଗ୍ରୀ ଦରଦାମ୍ ଆକାଶ ଛୁଆଁ
– ଅଧିକ ଟଙ୍କାରେ ମିଳୁଛି କମ୍ ଖାଦ୍ୟ

ବୈଜ୍ଞାନିକଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତନ ପ୍ରଭାବରୁ ୟୁରୋପ ଏଭଳି ସ୍ଥିତିକୁ ସାମ୍ନା କରିଛି । ଆଫ୍ରିକାରେ ବି ମରୁଡିର ଉକ୍ରଟ ଚିତ୍ର ସାମ୍ନାକୁ ଆସୁଛି । ଅସ୍ୱାଭାବିକ ଶୁଖିଲା ପାଗ ଯୋଗୁଁ କୋଟି କୋଟି ଲୋକ ଦୁର୍ଭିକ୍ଷ ଜ୍ୱାଳାରେ ହେଉଛନ୍ତି କଲବଲ । କମ୍ ପରିମାଣର ବର୍ଷା ଯୋଗୁଁ ଏବେ ସେଠାକାର ସ୍ଥିତି ସାଂଘାତିକ୍ ।