ମଣିଷ ବାହାହୁଏ କାହିଁକି? ବିବାହକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଟିପ୍ପଣୀ

354

କନକ ବ୍ୟୁରୋ: ଏକ ଆନଜୀବୀ ଦମ୍ପତିଙ୍କ ପାରିବାରକ ବିବାଦ ମାମଲାର ଶୁଣାଣି କରି ବଡ ଟିପ୍ପଣୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ବିବାହର ଉଦ୍ଦେଶ୍ୟକୁ ନେଇ ମାଡ୍ରାସ ହାଇକୋର୍ଟର ଜଷ୍ଟିସ କ୍ରିଷ୍ଣନ ରାମଶ୍ୟାମଙ୍କ ଖଣ୍ଡପୀଠ ଯେଉଁ କଥାଟି କହିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୋର୍ଟ କହିଛନ୍ତି…

ମାଡ୍ରାସ ହାଇକୋର୍ଟଙ୍କ ଟିପ୍ପଣୀ
– ଦୁଇଜଣଙ୍କ ମଧ୍ୟରେ ବିବାହର ଉଦ୍ଦେଶ୍ୟ କେବଳ ଶାରିରୀକ ଶୁଖ ଭୋଗ କରିବା ନୁହେଁ
– ବରଂ ଏହାର ଉଦ୍ଦେଶ୍ୟ ହେଉଛି ପିଲା ଜନ୍ମ କରିବା ଓ ପରିବାରକୁ ଆଗକୁ ବଢାଇବା
– ଦୁଇଜଣଙ୍କ ସଂପର୍କରୁ ଜନ୍ମ ନେଉଥିବା ପିଲାଟି ସେମାନଙ୍କ ଭିତରେ ସଂଯୋଗର ସେତୁ
– ସଂସାରକୁ ଆଗକୁ ବଢାଇବା ପାଇଁ ଏକ ପବିତ୍ର ଶପଥ କରିଥାନ୍ତି, ଯାହା ତାଙ୍କୁ ବାନ୍ଧିରଖେ
– ଏହା ବିରୋଧରେ କାମ କରିବା ଅର୍ଥ, ସେହି ଶପଥର ଉଲ୍ଲଂଘନ କରିବା ଏବଂ ହାତରେ ହାତ ଛନ୍ଦିଥିବା ବ୍ୟକ୍ତିଙ୍କ ପ୍ରତି ଧୋକା

ଦୁଇଟି ପୁଅଙ୍କ ଅନ୍ତରୀଣ କଷ୍ଟୋଡି ପାଇବାକୁ ଜଣେ ମହିଳା, ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୯ରେ ବିବାହ କରିଥିବା ଏହି ମହିଳା ୨୦୨୧ ଏପ୍ରିଲରୁ ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି । ହେଲେ ବାପାଙ୍କ ପାଖରେ ରହୁଛନ୍ତି ଦୁଇପିଲା । ଜଣଙ୍କ ବୟସ ୬ ଓ ଅନ୍ୟଜଣେ ୯ ବର୍ଷର । କୋର୍ଟଙ୍କ ନିର୍ଦ୍ଦେଶରେ ପିଲା ଦୁହିଁଙ୍କୁ ଭେଟିବା ପାଇଁ ପୂର୍ବରୁ ଯାଉଥିଲେ ମାଆ । ହେଲେ ପରବର୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସ୍ୱାମୀ ଆଉ ପିଲା ଦୁଇଟିଙ୍କୁ ସ୍ତ୍ରୀଙ୍କ ସହ ଭେଟିବାକୁ ଦେଲେନାହିଁ । ଏପରିକି ମାଆଙ୍କ ବିରୋଧରେ ପିଲାମାନଙ୍କୁ ଉସୁକାଉଥିଲେ ବାପା । ଏହି କଥାରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି କୋର୍ଟ । ଅଭିଭାବକଙ୍କ ବିରୋଧରେ ପିଲାଙ୍କୁ ଉସୁକାଇବା କ୍ରୁରତା ଏବଂ ଶିଶୁ ନିର୍ଯାତନା ବୋଲି ଅତି କଡା ଶବ୍ଦରେ କହିଛନ୍ତି କୋର୍ଟ । ଶାରିରୀକ ସୁଖରୁ ଜନ୍ମ ହେଉଥିବା ଶିଶୁର କଷ୍ଟୋଡି ଯାହା ପାଖରେ ଥାଉ ନା କାହିଁକି, ଅଭିଭାବକଙ୍କର ସେମାନଙ୍କୁ ମାମାନସିକ ଚାପ ଦେବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ ।