ଆଉ ୮ ଟିକେଟ୍ ଘୋଷଣା କଲା ବିଜେପି । ସାଲେପୁରରୁ ଅରିନ୍ଦମ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ।

499

କନକ ବ୍ୟୁରୋ : ଆଉ ୮ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ତେଲକୋଇ ସହିତ କେନ୍ଦ୍ରାପଡା, ଖୋର୍ଦ୍ଦା, ସାଲେପୁର ଆଦି ଆସନ ପାଇଁ ଯୋଦ୍ଧା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ହିନ୍ଦୋଳ, ଚମ୍ପୁଆ, ବସ୍ତା, ବାସୁଦେବପୁର ପାଇଁ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିଛି ।

ତେବେ ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା, ଛକାପଞ୍ଝା ପରେ ଖୋର୍ଦ୍ଧାରେ କାର୍ଡ ଖୋଲିଛି ଦଳ । କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ କାଟି ଏହି ଆସନରୁ ଆମଦାନୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଟିକେଟ୍ ଦେଇଛି । ସେହିପରି ସାଲେପୁର ଆସନରେ ଓଲିଉଡ୍ ଅଭିନେତା ତଥା ନିକଟରେ ବିଜେଡି ଛାଡିଥିବା ଅରିନ୍ଦମ ରାୟଙ୍କୁ ଦଳ ଟିକେଟ୍ ଦେଇଛି । ଏହାସହିତ ହିନ୍ଦୋଳରେ ମଧ୍ୟ ପୂର୍ବତନ ବିଧାୟିକା ସୀମାରାଣୀ ନାୟକଙ୍କୁ ଦଳ ଟିକେଟ୍ ଦେଇଛି ।

ସୀମାରାଣି ଗତ ଦୁଇ ଦିନ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଆଉ ଦଳରେ ସାମିଲ ହେବୂା ପରେ ପରେ ତାଙ୍କୁ ଟିକେଟ୍ ମିିଳିଛି । ସେପଟେ କେନ୍ଦ୍ରାପଡା ଟିକେଟ୍ ଘୋଷଣା ପରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିଲେ । ଆଉ ଦଳ ତାଙ୍କୁ କେନ୍ଦ୍ରାପଡା ଆସନରୁ ଗଣେଶ୍ୱରଙ୍କ ବିରୋଧରେ ଲଢିବା ପାଇଁ ପ୍ରାର୍ଥୀ କରିଛି । ଏହାବାଦ୍ ତେଲକୋଇରୁ ଦଳ ଫକୀର ମୋହନ ନାୟକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଏବଂ ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ।