Daily Archives

June 28, 2022

ବୈତରଣୀର ହେବ ଅକାଳ ମୃତ୍ୟୁ! ଆଷାଢ଼ରେ ଶୁଖିଲା ପଡିଛି ନଦୀ ଶଯ୍ୟା

କନକ ବ୍ୟୁରୋ: ବୈତରଣ ନଦୀକୁ ମାରି ଦେବାକୁ ଚକ୍ରାନ୍ତ! ଓଡିଶାର ପବିତ୍ରର ଗଙ୍ଗା କୁହାଯାଉଥିବା ବୈତରଣୀ ନଦୀ କଥା ବୁଝିବାକୁ କାହାପାଖରେ ସମୟ ନାହିଁ । ବାଲି ମାଫିଆଙ୍କ ଦୈରାତ୍ମ ଯୋଗୁ ନଦୀ ସ୍ରୋତର ଶର୍ଯ୍ୟା ଏବେ ଚାରଣ ଭୂମି ପାଲଟିଗଲାଣି । ବୈତରଣୀ ନଦୀର ଉପର ମୁଣ୍ଡରୁ ଆରମ୍ଭ କରି ତଳ ମୁଣ୍ଡ…

ପ୍ରଶାସନକୁ ଆଲୁଅ ଦେଖାଇଲେ ଦିବ୍ୟାଙ୍ଗ ଛାତ୍ର: ପଚାରିଲେ ୪୨୫ ପିଲାଙ୍କୁ କେମିତି ପାଠ ପଢ଼ାଇବେ ୭ଜଣ ଶିକ୍ଷକ?

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରାଗୁଡା ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଯଶୋବନ୍ତ ଛତ୍ରିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ୧୧ ଦିନ ହେଲା ଗ୍ରାମବାସୀ ଓ ଅଭିଭାବକ ଆନ୍ଦୋଳନ କରୁଥିଲେ । ଖବର…

୨୦୨୪ ପାଇଁ ରାଜ୍ୟ ବିଜେପିର ନିର୍ବାଚନ ପ୍ରସ୍ତୁତି: କାଲି କାର୍ଯ୍ୟକାରିଣୀରେ ଆସିବ ଚିଠା ପ୍ରସ୍ତାବ

କନକ ବ୍ୟୁରୋ: ବିଗତ ଉପନିର୍ବାଚନ ହେଉ କି ପଂଚାୟତ ହେଉ କିମ୍ବା ପୌର ନିର୍ବାଚନ ହେଉ , ସବୁଥିରେ ବିଜେଡି ବାଜିମାତ କରୁଛି । ଏଭଳି ସ୍ଥିତିରେ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଚ୍ୟାଲେଞ୍ଜ ଆହୁରି ବଢିଯାଉଛି । ଏହାରି ଭିତରେ ୨୦୨୪ ନିର୍ବାଚନକୁ ଦଳ କେମିତି ଯିବ ସେନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ…

ଅସହାୟ ମୁଖ୍ୟମନ୍ତ୍ରୀ, ଜିଦରେ ବିଦ୍ରୋହୀ: ଆଜି ପୁଣି ଆଲୋଚନା ପାଇଁ ଅସନ୍ତୁଷ୍ଟ ବିଧାୟକଙ୍କ ଉଦ୍ଧବଙ୍କ ଭାବବିହ୍ୱଳ ଅପିଲ

କନକ ବ୍ୟୁରୋ: ଶିିବସେନାର ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ଅସହାୟ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ଭାବବିହ୍ୱଳ ନିବେଦନ କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଅପିଲ କରି କହିଛନ୍ତି, ଆଲୋଚନା ମାଧ୍ୟମରେ ବାହାରିପାରିବ ସମାଧାନର ବାଟ…

କାହିଁକି ଥାନାକୁ ଯାଇଥିଲେ ରାଇମୋହନ? ମୃତ୍ୟୁର ଚାରି ଦିନ ପରେ ଆତ୍ମହତ୍ୟାର ରହସ୍ୟ ଉପରୁ ଉଠୁନି ପରଦା

କନକ ବ୍ୟୁରୋ: ସମୟ ଗଡୁଛି, ସନ୍ଦେହ ବଢୁଛି । ମୃତ୍ୟୁକୁ ୫ ଦିନ ବିତିଯାଇଥିଲେ ବି ରାଇମୋହନ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ବି ସ୍ପଷ୍ଟ ହୋଇପାରିନାହିଁ । ବରଂ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ସବୁଠାରୁ ବଡ ଦିଗ ହେଉଛି ମୃତ୍ୟୁର କିଛି ଦିନ ପୂର୍ବରୁ ରାଇମୋହନ ମଂଚେଶ୍ୱର…

ଅନାସ୍ଥା ପ୍ରସ୍ତାବ ପାଇଁ ବିଦ୍ରୋହୀଙ୍କ ପ୍ରସ୍ତୁତି, ସରକାର ଗଢିବାକୁ ବିଜେପିର ପ୍ରୟାସ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ବିବାଦରେ ସୁପ୍ରିମକୋର୍ଟଙ୍କ ରାୟ ମହାବିକାଶ ଅଘାଡ଼ି ସରକାରଙ୍କ ପାଇଁ ଅଢୁଆ ବଢାଇଛି । ବିଦ୍ରୋହୀ ବିଧାୟକଙ୍କ ପଦବୀ ରଦ୍ଦ ନିଷ୍ପତିକୁ କୋର୍ଟ ଆସନ୍ତା ୧୧ ତାରିଖ ଯାଏ ଘୁଂଚାଇ ଦେବା ପରେ ସିନ୍ଦେ ଗୋଷ୍ଠୀ ଉଦ୍ଧବ ସରକାରଙ୍କ ବିରୋଧରେ…