ପୁଣି ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ବିଧାୟକ ପର୍ଶୁରାମ ଧଡ଼ା ବିଜେପିରେ ସାମିଲ ହେବା ପରେ ସୋର ପ୍ରାର୍ଥୀ ପରିବର୍ତନ ନେଇ ତେଜିଲା ଚର୍ଚ୍ଚା

577

କନକ ବ୍ୟୁରୋ : ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ବିଜେପିରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କୁହାଯାଉଛି ସୋର ଆସନରୁ ବିଜେପି ରାଜୁ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ତାଙ୍କ ବଦଳରେ ପର୍ଶୁରାମ ଧଡାଙ୍କୁ ପ୍ରାର୍ଥୀ କରିପାରେ । ରାଜୁ ଦାସଙ୍କୁ ସୋର ବଦଳରେ ବାସୁଦେବପୁର ଆସନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୦୯ରେ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ପର୍ଶୁରାମ ଧଡା ମାତ୍ର ୩୬୦ ଭୋଟରେ ପରାସ୍ତ ହୋଇଥିଲେ । ଏହାପରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ । ଆଉ ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ଦୁଇ ଥର ବିଧାୟକ ହୋଇଥିଲେ । ତେବେ ଏଥର ବିଜେଡି ପ୍ରାର୍ଥୀ ନକରିବାରୁ ଅସନ୍ତୋଷ ହୋଇ ପୁଣିଥରେ ବିଜେପିକୁ ଫେରି ଆସିଛନ୍ତି । ଆଉ ଏହି ପ୍ରତ୍ୟାବର୍ତନ ପରେ ଦଳ ପ୍ରାର୍ଥୀ ପରିବର୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ବଡକଥା ହେଉଛି ଏହା ପୂର୍ବରୁ ୨ଟି ନିର୍ବାଚନମଣ୍ଡଳୀ ରଣପୁର ଏବଂ ପଟାଂଗୀରେ ପ୍ରାର୍ଥୀ ପରିବର୍ତନ କରିସାରିଛି ବିଜେପି ।