ସକାଳେ ଡହ ଡହ ଖରା, ସଂଧ୍ୟାରେ କାଳବୈଶାଖୀ ଉଜାଡିଲା ଜୀବନଯାତ୍ରା । ଗଜପତି ମୋହନାରେ ବଜ୍ରାଘାତରେ ଦୁଇ ଆହତ, ରାସ୍ତାରେ ପଡିଛି ଗଛ

169

କନକ ବ୍ୟୁରୋ : ଦିନରେ ପ୍ରଚଣ୍ଡ ଖରା କରୁଛି କଲବଲ । ସନ୍ଧ୍ୟାରେ କାଳବୈଖାଖୀ ଉଜାଡ଼ି ଦେଇଛି ଘର । ଗଜପତି ଜିଲ୍ଲା ମୋହନାରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ବଜ୍ରପାତରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଗଣ ହେଲେ ଅଶୋକା ଗାଁର ଚିଟୁ ମଲ୍ଲିକ ଓ ପ୍ରତାପପୁରର କାଳୁଚରଣ ପାଇକ । ଝାଟିକା ସାହି ଗାଁର ଏକ ଦୋକାନ ଘରେ ଆଶ୍ରୟ ନେଇଥିବା ଥିବା ବେଳେ ବିଜୁଳି ମାରିବାରୁ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ମୋହନା ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରବଳ ପବନରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡି ପଡ଼ିଛି । ଲବାରସିଂ ପଂଚାୟତ ଟାଙ୍କିଲିପଦର ଗାଁରେ କଳାକୃଷ୍ଣ ମହାକୁଡ଼ଙ୍କ ଘର ଛପର ଉଡ଼ିଯିବା ସହ ଗୁହାଳ ଭାଙ୍ଗି ଦୁଇଟି ଛେଳି ଓ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି । ସେହିପରି ଲବାରସିଂ-ପାଂଚଆମ୍ବ ରାସ୍ତରେ ଏକ କାର ଉପରେ ଗଛ ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଂଚି ଗଛ କାଟିବା ସହ ରାସ୍ତା ସଫା କରୁଛନ୍ତି ।