ପ୍ରଶାସନକୁ ଆଲୁଅ ଦେଖାଇଲେ ଦିବ୍ୟାଙ୍ଗ ଛାତ୍ର: ପଚାରିଲେ ୪୨୫ ପିଲାଙ୍କୁ କେମିତି ପାଠ ପଢ଼ାଇବେ ୭ଜଣ ଶିକ୍ଷକ?

177

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରାଗୁଡା ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଯଶୋବନ୍ତ ଛତ୍ରିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗାଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ୧୧ ଦିନ ହେଲା ଗ୍ରାମବାସୀ ଓ ଅଭିଭାବକ ଆନ୍ଦୋଳନ କରୁଥିଲେ । ଖବର ପାଇ ଧର୍ମଗଡ଼ ବ୍ଲକ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ନବକିଶୋର ସାହୁ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ସମୟରେ ଦିବ୍ୟାଙ୍ଗ ଛାତ୍ର ଜଣକ ଅଧିକାରୀଙ୍କୁ କିଛି ଏଭଳି ଢଙ୍ଗରେ ପ୍ରଶ୍ନ କରିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢାଇବା ପାଇଁ ଜଣେ ଶିକ୍ଷକ ନିଯୁକ୍ତି ଦେବା ନିୟମ ରହିଥିବା ବେଳେ ୮ଜଣ ଶିକ୍ଷକ କେମିତି ୪୫୦ ଛାତ୍ରଛାତ୍ରୀଙ୍କୁ ପଢାଇବେ ବୋଲି ପ୍ରଶ୍ନ କରିଥିଲେ ଯଶୋବନ୍ତ । ତାଙ୍କର ଏହି ପ୍ରଶ୍ନରେ କିଛି ସମୟ ପାଇଁ ଉତର ଦେଇପାରିଥିଲେ ପ୍ରଶାସନିକ ଅଧିକାରୀ ।

ଜଣେ ଦିବ୍ୟାଙ୍ଗ ଛାତ୍ରର ପ୍ରଶ୍ନ ପରେ ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ସଙ୍ଗେସଙ୍ଗେ ୨ଜଣ ଶିକ୍ଷକଙ୍କୁ ଡେପୁଟେସନରେ ନିଯୁକ୍ତି ଦେଇଛନ୍ତି । ଆଗକୁ ଆଉ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।