ଆମ ଆମଦୀ ପାର୍ଟି ପାଇଁ ମାରାଥନ ପ୍ରଚାର କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ । ଆସନ୍ତାକାଲିଠୁ ପୂର୍ବ ଦିଲ୍ଲୀରୁ ପ୍ରଚାର ମଙ୍ଗ ଧରିବେ ସୁନୀତା କେଜ୍ରିୱାଲ

160

କନକ ବ୍ୟୁରୋ : ଜେଲରେ ଅରବିନ୍ଦ କେଜ୍ରିୱାଲ । ଆପ ପାଇଁ ପ୍ରଚାର ମଙ୍ଗ ସମ୍ଭାଳିବେ ପତ୍ନୀ ସୁନୀତା କେଜ୍ରିୱାଲ । ସୂଚନା ଅନୁସାରେ ଏପ୍ରିଲ ୨୭ରୁ ପୂର୍ବ ଦିଲ୍ଲୀରୁ ପ୍ରଚାର ଆରମ୍ଭ କରିବେ ସୁନୀତା । ଯେଉଁ ଯେଉଁ ଆସନରୁ ଆପ ଲଢ଼ୁଛି ସେଠି ପହଁଚି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ମାଗିବେ । ଯେବେଠୁ କେଜ୍ରିୱାଲ ଜେଲରେ ଅଛନ୍ତି ସେବେଠୁ ସାମ୍ନାକୁ ଆସିଥିଲେ ସୁନୀତା । ଜେଲ ଭିତରୁ କେଜ୍ରିୱାଲଙ୍କ ବାର୍ତା ଦିଲ୍ଲୀବାସୀଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସହଯୋଗର ଅପିଲ କରିଥିଲେ । ଏଥିସହ ରାମଲୀଲା ମଇଦାନରେ ଆପ ଅନଶନ ହେଉ କି ରାଂଚିରେ ଇଣ୍ଡି ମେଂଟର ରାଲି ସବୁଠୁ ନଜର ଆସିଛନ୍ତି କେଜ୍ରିୱାଲଙ୍କ ଧର୍ମପତ୍ନୀ । ଆଉ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ତେବେ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ସୁନୀତାଙ୍କ ପ୍ରଚାର କେତେଦୁର ଦଳ ପାଇଁ ଫଳପ୍ରଦ ହେବ ଆଗାମୀ ଦିନରେ ଜଣାପଡିବ ।