Daily Archives

December 9, 2021

କୁଆଡ଼େ ଗଲା କରୋନା କଟକଣା? ସାଧାରଣ ଲୋକଙ୍କୁ ସଜ୍ଜା, ନେତାଙ୍କ ପାଇଁ କ’ଣ ସବୁ ମାଫ୍? 

କନକ ବ୍ୟୁରୋ: ଓମିକ୍ରନ ସତର୍କତା ଭିତରେ ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିର ହାଇଡ୍ରାମା । ପରସ୍ପର ପରସ୍ପରକୁ କାଉଣ୍ଟର କରିବାକୁ ଶୋଭାଯାତ୍ରା ଓ ବିକ୍ଷୋଭ କରିଥିଲେ । କିନ୍ତୁ କେଉଁଠି ବି ପାଳନ ହୋଇନଥିଲା କରୋନା ଗାଇଡଲାଇନର ସର୍ବନିମ୍ନ…

ରଣକ୍ଷେତ୍ର ପାଲଟିଲା ରାଜଧାନୀ । ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ। ପଥରମାଡରେ ଫାଟିଲା ସୁରକ୍ଷାକର୍ମୀ…

କନକ ବ୍ୟୁରୋ: ଅଶାନ୍ତ ରାଜଧାନୀ, ରକ୍ତାକ୍ତ ସଂଘର୍ଷ । କିଛି ସମୟ ପାଇଁ ବିଧାନସଭା ସମ୍ମୁଖରେ ଚାଲିଲା ଅରାଜକତା । ମମିତା ହତ୍ୟା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଳାଇଥିବା ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ କିଛି ଘଣ୍ଟା ପାଇଁ ଚାଲିଥିବା ମୁହାଁମୁହିଁ ପରିସ୍ଥିତି ଭୟାବହ ଦୃଶ୍ୟ ସୃଷ୍ଟି…

ସୁମିତ-ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଏକାଠି ରହିବେ…

କନକ ବ୍ୟୁରୋ: ସୁମିତ-ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପୁଣି ତପସ୍ୱିନୀଙ୍କ ସହ ଏକାଠି ରହିବେ ସ୍ୱାମୀ ସୁମିତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ଉଭୟ ଏକାଠି ହୋଇ ରହିବେ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ୧୭ ତାରିଖରେ…

କେନ୍ଦ୍ର ବିରୋଧରେ ବିଜେଡିର ରଣହୁଙ୍କାର । ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ଦଳ ।

କନକ ବ୍ୟୁରୋ : କେନ୍ଦ୍ର ବିରୋଧରେ ନରମ ଆଭିମୁଖ୍ୟ ଦେଖାଇ ଆସୁଥିବା ବିଜେଡି, କିଛି ଦିନ ହେଲା ତାର ଚିନ୍ତାଧାରାରେ ପରିବର୍ତ୍ତନ ଆଣି ଯୁଦ୍ଧଂ ଦେହି ଡାକରା ଦେଇଛି । ହୁଏତ ମମିତା ପ୍ରସଙ୍ଗରେ ଅକଳରେ ପଡିଥିବା ଶାସକ ଦଳ ପାଇଁ ଏହା ଢାଲ ହୋଇପାରେ, ହେଲେ ରାଜ୍ୟର ସାମଗ୍ରିକ ରାଜନୈତିକ ସ୍ଥିତିକୁ…

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକବକ୍ସ । ସାମ୍ନାକୁ ଆସିବ ଦୁର୍ଘଟଣା ପଛର କାରଣ । ସେପଟେ ସଂସଦରେ ପୂରା…

କନକ ବ୍ୟୁରୋ: ସେନାର ବିମାନ ଯୋଗେ ଆଜି ଦିଲ୍ଲୀ ଆସିବ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀର । ବିମାନ ବନ୍ଦରରୁ ମରଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିମାନ ବନ୍ଦରରେ ଉପସ୍ଥିତ ରହିବେ । ସଂଧ୍ୟାରେ ଏକ…

‘ସରକାରୀ ଚାକିରି ପାଇଁ ବଙ୍ଗାଳୀ ଶିିଖିବା ଜରୁରୀ’…ପ୍ରଶାସନିକ ବୈଠକରେ ଏମିତି କହିଲେ ମମତା…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ ଯେଉଁମାନେ ବଙ୍ଗାଳୀ ଜାଣନ୍ତି ସେମାନଙ୍କୁ ରାଜ୍ୟ ସରକାରଙ୍କ ଚାକିରି ପାଇଁ ଆବେଦନ କରିବା ସମୟରେ ଅଗ୍ରାଧିକାର ଦେବେ। ବଙ୍ଗାଳୀ ନଜାଣି ବ୍ୟକ୍ତିଙ୍କ ଅପେକ୍ଷା ବଙ୍ଗାଳୀ ଜାଣିଥିବା ବ୍ୟକ୍ତିଙ୍କୁ…