ମୋଦୀଙ୍କ ପାଇଁ ସ୍ପେଶାଲ ଜଳଖିଆ । ମେ ଫେୟାରରୁ ଆସିଛି ସ୍ୱତନ୍ତ୍ର ଛେନାପୋଡ ।

1,893

କନକ ବ୍ୟୁରୋ: ଜଳଖିଆରେ ମୋଦୀ ଖାଇବେ ଛେନାପୋଡ । ରାଜଭବନରେ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଛେନାପୋଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପସନ୍ଦ ଓଡିଶାର ଛେନାପୋଡ । ଏଥିପାଇଁ ହୋଟେଲ ମେ’ଫେୟାର ପକ୍ଷରୁ ପ୍ରସ୍ତୁତ ହୋଇଛି ଛେନାପୋଡ । ତେବେ ଏହାକୁ ରାଜଭବନକୁ ନେବା ପୂର୍ବରୁ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ସୁରକ୍ଷାକର୍ମୀ । ପ୍ରଧାନମନ୍ତ୍ରୀ ପାଇଁ ଆସିଛି ମାନେ ଛେନାପୋଡ ପ୍ୟାକେଟର ଯାଞ୍ଚ ହେବା କିଛି ନୂଆ କଥା ନୁହେଁ । ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ।