ପ୍ରାର୍ଥୀଙ୍କ ପାଇଁ ଇଶ୍ୱର ତିଆରି କରିଛନ୍ତି ଡମି ଇଭିଏମ୍ । ଡମି ଇଭିଏମକୁ ନେଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ ।

129

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର କରି ଦେଖିବାକୁ ମିଳିଛି ଡମି ଇଭିଏମ । ଏହାକୁ ତିଆରି କରିଛନ୍ତି କଟକ ଚାଉଳିଆଗଞ୍ଜ ଅଞ୍ଚଳର ଈଶ୍ୱର ସାହୁ । ଆଗରୁ ଏଆଇ ରାକ୍ଷୀ କରି ବେଶ୍ ଚର୍ଚ୍ଚାରେ ଥିଲେ ଈଶ୍ୱର । ଆଉ ଏବେ ଡମି ଏଭିଏମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଈଶ୍ୱର । ଡମି ଇଭିଏମ ସାଙ୍ଗକୁ କ୍ୟୁଆର୍ କୋଡ, ଏଲଇଡି ବ୍ୟାଗ୍, ହାତ ପଙ୍ଖା, ଚାବି ରିଙ୍ଗ ବନାଇଛନ୍ତି ।

ନେତାଙ୍କ ପାଇଁ ଡମି ଇଭିଏମ । କଟକ ଚାଉଳିଆଗଞ୍ଜର ଇଶ୍ୱର ସାହୁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଏହା ତିଆରି କରିଛନ୍ତି । ଡେମୋ ଇଭିଏମ୍ ନେଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ନିଜ ଚିହ୍ନ ଓ ଭୋଟ ଦେବା ପ୍ରଣାଳୀ ବିଷୟରେ ଭୋଟରଙ୍କୁ ଅବଗତ କରାଉଛନ୍ତି । ଏହି ଡମି ଇଭିଏମର ମୂଲ୍ୟ ୧୫୦ ଟଙ୍କା ରହିଥିବା ବେଳେ ଗୋଟିଏ ଡମି ଇଭିଏମ୍ ତିଆରି କରିବାକୁ ଦୁଇରୁ ତିନି ଦିନ ଲାଗୁଛି । ଏହାକୁ କିଣିବା ପାଇଁ ପ୍ରାର୍ଥୀମାନେ ଆଗୁଆ ଅର୍ଡର ଦେଉଥିବା ଇଶ୍ୱର କହିଛନ୍ତି ।

ଡମି ଇଭିଏମ ମେସିନରେ ରହିଛି ନେତାଙ୍କ ନାଁ ସହ ସେମାନଙ୍କୁ ମିଳିଥିବା ଚିହ୍ନ। ୧୬ଟି କ୍ରମିକ ନମ୍ବର ରହିଛି । ପାଖରେ ରହିଛି ବ୍ଲୁ ସୁଇଚ । ଏହାକୁ ପ୍ରେସ କଲେ ବିପ ସାଉଣ୍ଡ ସହ ଲାଲ୍ ଲାଇଟ ଜଳିବ । ଯାହା ଭୋଟ ଦେବାର ସଂକେତ ଜଣାଇଦେଵ । ନୂଆ ଭୋଟରଙ୍କୁ ଅବଗତ କରାଇବା ପାଇଁ ଏକ କ୍ୟୁ.ଆର୍ କୋଡ ରହିଛି । ଯାହାକୁ ସ୍କାନ୍ କରିବା ମାତ୍ରେ ନବାଗତ ଭୋଟର୍ ମାନେ ଏକ ଭିଡ଼ିଓ ଜରିଆରେ ତାଙ୍କ ଭୋଟିଂ ପ୍ରଣାଳୀ ଜାଣିପାରିବେ । ରାତିରେ ନିର୍ବାଚନୀ ପ୍ରଚାରକୁ ଆହୁରି ଆକୃଷ୍ଟ କରିବା ପାଇଁ ଈଶ୍ୱର ଏଲଇଡି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ପାର୍ଥିଙ୍କ ନା ସାଙ୍ଗକୁ ଦଳୀୟ ଚିହ୍ନ ଓ ଫଟୋ ରହିଛି ଏହି ଏଲଇଡି ବ୍ୟାଗରେ। ଆଉ ଏହାର ମୂଲ୍ୟ ୪ ହଜାର ଟଙ୍କା ରହିଛି ।

ଏହାସହ ଚାବି ରିଙ୍ଗ୍, ଗାଡ଼ି ଷ୍ଟିକର, ପକେଟ୍ ବ୍ୟାଚ, ହାତ ପଙ୍ଖା, ମୋବାଇଲ୍ ବ୍ୟାକ ଷ୍ଟିକର, ଏଲଇଡି ଷ୍ଟାଣ୍ଡି, ପାର୍ଥିଙ୍କ ଦଳୀୟ ଟି-ସାର୍ଟ ପ୍ରସ୍ତୁତ କରିଛନ୍ତି ଈଶ୍ୱର । ଅନ୍ୟପଟେ ଈଶ୍ୱରଙ୍କ ଏହି ଡମି ଇଭିଏମକୁ ବେଶ୍ ପସନ୍ଦ କରିଛନ୍ତି ଭୋଟର୍ ।