ଭଞ୍ଜନଗରରେ କାଳ ବୈଶାଖୀର ତାଣ୍ଡବ । ଭାଙ୍ଗିଲା ଗଛ, ଉପୁଡି ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ । ସାରା ରାତି ବିଦ୍ୟୁତ୍ ବିଚ୍ଛିନ୍ନ

120

କନକ ବ୍ୟୁରୋ: ୪୦ରୁ ୪୨ ଡିଗ୍ରୀ ତାପମାତ୍ରାରେ ତାତୁଥିଲା ଭଞ୍ଜନଗର ସହର । ସହର ମଝିରେ ପାହାଡ ଥିବାରୁ ଅନ୍ୟସ୍ଥାନ ଅପେକ୍ଷା ଅଧିକ ଖରା ଅନୁଭୁତ ହେଉଥିଲା । କିନ୍ତୁ ସୋମବାର ଅପରାହ୍ଣରେ ହଠାତ୍ ବଦଳିଗଲା ପାଗ । ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । କାଳବୈଶାଖୀ ପ୍ରଭାବରେ ଗତକାଲି ଓ ଆଜି ପବନ ସାଙ୍ଗକୁ ବର୍ଷା ହୋଇଛି । ଫଳରେ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ଥି ମିଳିଛି । କିନ୍ତୁ ବର୍ଷା ପବନରେ ରାସ୍ତା ଉପରେ ଭାଙ୍ଗି ପଡିଥିଲା ଗଛ । ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ସାରା ରାତି ବିଦ୍ୟୁତ୍ ବିଭ୍ରାଟ ଲାଗିରହିଥିଲା ।

  • ସବୁଠୁ ଅଧିକା କ୍ଷତି ଚାଷୀକୂଳ
  • ଏକର ଏକର ରାଶି ଫସଲ ନଷ୍ଟ

କାଳବୈଶାଖୀ ବର୍ଷା ପବନ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ । ରବି ଋତୁରେ ରାଶି ଚାଷ କରିଥିଲେ । ବର୍ଷା ଅଭାବରୁ ପାଣି ଛିଞ୍ଚିି ପଂସଲ ବଞ୍ଚାଇ ରଖିଥିଲେ । କିନ୍ତୁ କାଲିର ବର୍ଷା ଓ ବପନ ଏକର ଏକର ଜମିରେ ଫସଲ ଉଜାଡି ଦେଇଛି । ଜମିରେ ଭଙ୍ଗା ଗଛକୁ ଦେଖି ଚାଷୀଙ୍କ ଭାଙ୍ଗି ପଡିଛନ୍ତି ।