ତୃତୀୟ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ପଡିଲା ୬୦.୨% ଭୋଟ୍ । ଆସାମରେ ସର୍ବାଧିକ, ମହାରାଷ୍ଟ୍ରରେ ସର୍ବନିମ୍ନ ।
କନକ ବ୍ୟୁରୋ: ତୃତୀୟ ଚରଣ ଲୋକସଭା ନିର୍ବାଚନରେ ଆଜି ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ସିଟ୍ ପାଇଁ ପଡୁଛି ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ହେଇଥିବା ନେଇ ସୂଚନା ମିଳିଛି । ତେବେ ରାଜ୍ୟୱାରୀ ଭୋଟଦାନ ଦେଖିଲେ, ଆସାମରେ ସର୍ବାଧିକ ୭୪.୯ ପ୍ରତିଶତ ଭୋଟ୍ ହେଇଛି । ସେହିପରି ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪ ପ୍ରତିଶତ ଭୋଟିଂ ହେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବିହାରରେ ୫୬.୦୧ ପ୍ରତିଶତ, ଛତିଶଗଡରେ ୬୬.୮୭ ପ୍ରତିଶତ, ଗୁଜରାଟରେ ୫୫.୨୨ ପ୍ରତିଶଥ, କର୍ଣ୍ଣାଟକରେ ୬୬.୦୫ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୨୮ ପ୍ରତିଶତ ଭୋଟ୍ ପଡିଛି । ସେହିପରି ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶଥ ଭୋଟିଂ ହେଇଛି ।
ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋଟ୍ ଦେଇଛନ୍ତି । ଏଥିସହ ଜନସାଧାରଣ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ କରିବାକୁ ମୋଦୀ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଯେଉଁଥିରେ ପାଖାପାଖି ୧୨୦ ମହିଳା ପ୍ରାର୍ଥୀ ରହିଛନ୍ତି । ଏଥିସହ ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନସୁଖ ମାଣ୍ଡଭ୍ୟ, ପ୍ରହଲ୍ଲାଦ ଯୋଶୀ, ଏସପି ସିଂହ ବଘେଲଙ୍କ ବଳି ନେତାଙ୍କର ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେଉଛି । ଦେଶରେ ହେଇଥିବା ପ୍ରଥମ ଦୁଇଟି ଚରଣରେ ମୋଟ ୧୮୯ ସିଟରେ ଭୋଟିଂ ଶେଷ ହେଇସାରିଛି । ଆଗକୁ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଯଥାକ୍ରମେ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି ।