Daily Archives

November 4, 2021

ନଭେମ୍ବର ୧୭ରୁ କାର୍ଯ୍ୟଭାର ଗ୍ରହଣ କରିବେ ରାହୁଲ ଦ୍ରାବିଡ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନେବେ ଦାୟିତ୍ୱ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପରେ ଏବେ ଟିମ୍ ଇଣ୍ଡିଆର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ଼ ସମ୍ଭାଳିବେ ଏହି ଗୁରୁଦାୟିତ୍ୱ । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିବେ । ସେପଟେ ବିସିସିଆଇର…

ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ପଦୋନ୍ନତି । ୱିଙ୍ଗ୍ କମାଣ୍ଡରରୁ ହେବେ ହେବେ ଗ୍ରୁପ କ୍ୟାପଟେନ ।

କନକ ବ୍ୟୁରୋ: ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ମିଳିବ ଗ୍ରୁପ କ୍ୟାପଟେନ ରାଙ୍କ । ପାକିସ୍ତାନକୁ ଦେଇଥିଲେ ଦୃଢ ଜବାବ । ପ୍ରମୋଶନ ପାଇଁ ଅଭିନନ୍ଦନଙ୍କୁ ଛୁଟିଲା ଶୁଭେଚ୍ଛାର ଶୁଅ । ଅଭିନନ୍ଦନ ବର୍ତମାନ । ଏହି ନାଁ ଶୁଣିଲେ ସବୁ ଭାରତୀୟଙ୍କ ମନରେ ଏକ ଶିହରଣ ଖେଳିଯାଏ ।…

ପୁଣି ଚିନ୍ତା ବଢାଇଲାଣି ଚାଇନା । ଗୋଟିଏ ଦିନରେ ୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଜାରି ହେଲା ଲକଡାଉନ୍ ।

କନକ ବ୍ୟୁରୋ : କରୋନା ଉତ୍ପତି ସ୍ଥଳ କୁହାଯାଉଥିବା ଚୀନରେ ଏବେ ଡେଲଟା ଭାଇରସର ଭୟ ରହୁଛି । ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆସରିଛି, ତଥାପି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗୋଟିଏ ଦିନରେ ୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବେଜିଂକୁ ବନ୍ଦ କରିଦେଇଛନ୍ତି ଚୀନ୍ ସରକାର । ସେପଟେ…

ପ୍ରତିକାତ୍ମକ ଶବରେ ଶ୍ମଶାନରେ ଜଳିଲା ଜୁଇ । ନିଖୋଜ ମଣିଷର ହେଲା ଶବ ସଂସ୍କାର ।

କନକ ବ୍ୟୁରୋ: କୋକେଇ ଅଛି ହେଲେ କୋକେଇରେ ଶୋଇଛି ପ୍ରତିକାତ୍ମକ ଶବ । ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ ଉପରେ ଛାତିପିଟି କାନ୍ଦୁଛି ସ୍ତ୍ରୀ । ଆଗେ ଆଗେ ବଡ଼ ପୁଅ ମୁଖାଗ୍ନୀ ଧରି ଯାଉଛି । ନାତି ଖଇ କଉଡ଼ି ବିଞ୍ଚି ବିଞ୍ଚି ଯାଉଛି ତ ବଂଧୁ ପରିଜନ ଘରୁ ଶ୍ମଶାନ ପର୍ଯ୍ୟନ୍ତ…

ପରମ୍ପରାରେ ପ୍ରତିବନ୍ଧକ ସାଜିଲା କୋଭିଡ କଟକଣା, ବଡ଼ଦାଣ୍ଡରେ ପୟାଶ୍ରାଦ୍ଧ କଲେ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ଦୀପାବଳିରେ ଜନଶୂନ୍ୟ ହୋଇପଡିଛି ସିଂହଦ୍ୱାର । ଶ୍ରୀମନ୍ଦିର ଚାରିପାଖେ ୧୪୪ଧାରା ଲାଗିଥିବାରୁ ପାଖକୁ ଯାଇ ପାରୁ ନାହାନ୍ତି ଭକ୍ତ । ମରଚିକୋଟ ଛକଠାରୁ ମାର୍କେଟ ଛକ ଯାଏଁ ବଡଦାଣ୍ଡରେ ପୟା ଶ୍ରାଦ୍ଧ ଦେଇଛନ୍ତି ଲୋକେ । କାଉଁରିଆ କାଠି ଜାଳିବା ମନା ହୋଇଥିବାରୁ ଦୀପ ଜାଳି ପରମ୍ପରା…

ଜମ୍ମୁ-କାଶ୍ମୀରରେ ସେନାଙ୍କ ଗହଣରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । କହିଲେ, ସେମାନେ ହେଉଛନ୍ତି ଦେଶର ସୁରକ୍ଷା କବଚ…

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନା ଶିବିରରେ ପହଂଚିଛନ୍ତି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସେନାବାହିନୀଙ୍କୁ ନିଜ ପରିବାର ବୋଲି ସମ୍ବୋଧିତ କରିବା ସହ ଯବାନମାନଙ୍କୁ ମିଠା ବାଂଟିଛନ୍ତି ନରେନ୍ଦ୍ର ମୋଦୀ ।…