ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ପଦୋନ୍ନତି । ୱିଙ୍ଗ୍ କମାଣ୍ଡରରୁ ହେବେ ହେବେ ଗ୍ରୁପ କ୍ୟାପଟେନ ।

94

କନକ ବ୍ୟୁରୋ: ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ମିଳିବ ଗ୍ରୁପ କ୍ୟାପଟେନ ରାଙ୍କ । ପାକିସ୍ତାନକୁ ଦେଇଥିଲେ ଦୃଢ ଜବାବ । ପ୍ରମୋଶନ ପାଇଁ ଅଭିନନ୍ଦନଙ୍କୁ ଛୁଟିଲା ଶୁଭେଚ୍ଛାର ଶୁଅ । ଅଭିନନ୍ଦନ ବର୍ତମାନ । ଏହି ନାଁ ଶୁଣିଲେ ସବୁ ଭାରତୀୟଙ୍କ ମନରେ ଏକ ଶିହରଣ ଖେଳିଯାଏ । ଏହାସହ ଗର୍ବରେ ଛାତି ଫୁଲି ଉଠିବା ସ୍ୱାଭାବିକ । ଅଭିନନ୍ଦନଙ୍କ ବୀରତ୍ୱ ସେତେବେଳେ ସାରା ବିଶ୍ୱ ଦେଖିଥିଲା ।

ୱିଙ୍ଗ୍ କମାଣ୍ଡର ବଦଳରେ ଗ୍ରୁପ କ୍ୟାପଟେନ ଭାବରେ ଦାୟିତ୍ୱ ତୁଲାଇବେ ଅଭିନନ୍ଦନ । ୨୦୧୯ ମସିହାରେ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନକୁ ଦୃଢ ଜବାବ ଦେଇଥିଲେ ଏହି ଲଢୁଆ ପାଇଲଟ । ପାକିସ୍ତାନ ପକ୍ଷରୁ ଯେତେବେଳେ ଆକାଶମାର୍ଗ ଦେଇ ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକ ଫାଇଟର ବିମାନ ଚେଷ୍ଟା କରିଥିଲେ ସେସମୟରେ ଅଭିନନ୍ଦନ ମିଗ-୨୬ ସାହାଯ୍ୟରେ ପାକର ଲଢୁଆ ବିମାନ ଏଫ -୧୬ କୁ ଖସାଇବାରେ ସଫଳ ହେଇଥିଲେ । ତେବେ ୩ ଦିନ ପାକିସ୍ତାନରେ କଟେଇବାକୁ ପଡିଥିଲା । କିନ୍ତୁ ଶତ୍ରୁଦେଶର କୌଣସି ଚାଲରେ ମଧ୍ୟ ନଫସି ସେ କୌଣସି ତଥ୍ୟ ପାକିସ୍ତାନକୁ ଦେଇନଥିଲେ । ତେବେ ଭାରତ ସରକାର ଓ ଅନ୍ତର୍ଜାତୀୟ ଚାପ ପରେ ଅଭିନ୍ଦନ ସସମ୍ମାନେ ଭାରତକୁ ପ୍ରତ୍ୟାବର୍ତନ କରିଥିଲେ । ଏହି ଘଟଣା ପରେ ତାମିଲନାଡୁରେ ଜନ୍ମିତ ଅଭିନନ୍ଦନ ସାରା ଭାରତ ପାଇଁ ହିରୋ ପାଲଟିଯାଇଥିଲେ ।

ପୁଲୱାମାରେ ପାକ ଆତଙ୍କୀଙ୍କ ବୋମା ବସ୍ଫୋରଣରେ ୪୦ ଜଣ ସିଆରପିଏଫ ଜବାନଙ୍କ ଜୀବନ ଯାଇଥିଲା । ଏହାର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲା । ପାକିସ୍ତାନ ଭିତରେ ପଶି ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ ଭାରତୀୟ ବାୟୁସେନାର ଯୋଦ୍ଧା । ଏହାକୁ ହଜମ କରିପାରି ନଥିଲା ପାକିସ୍ତାନର ଇମ୍ରାନ ସରକାର । ପାକ ବାୟୁସେନା ତରଫରୁ ଭାରତୀୟ ସୀମାରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ହେଲେ ଭାରତୀୟ ବାୟୁସେନାର ସତର୍କତା ଯୋଗୁଁ ସଫଳ ହୋଇପାରି ନଥିଲା । ଅଭିନନ୍ଦନଙ୍କୁ ତାଙ୍କ ବିରତ୍ୱ ପାଇଁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଥିଲା । ଏବେ ଅଭିନନ୍ଦନଙ୍କୁ ପଦୋନ୍ନତି ମିଳିବା ପରେ ଚାରିଆଡୁ ତାଂକୁ ଶୁଭେଚ୍ଛାର ଶୁଅ ଛୁଟୁଛି ।