ଜମ୍ମୁ-କାଶ୍ମୀରରେ ସେନାଙ୍କ ଗହଣରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । କହିଲେ, ସେମାନେ ହେଉଛନ୍ତି ଦେଶର ସୁରକ୍ଷା କବଚ ।

58

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନା ଶିବିରରେ ପହଂଚିଛନ୍ତି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସେନାବାହିନୀଙ୍କୁ ନିଜ ପରିବାର ବୋଲି ସମ୍ବୋଧିତ କରିବା ସହ ଯବାନମାନଙ୍କୁ ମିଠା ବାଂଟିଛନ୍ତି ନରେନ୍ଦ୍ର ମୋଦୀ ।

ଯବାନଙ୍କୁ ମିଠା ଖୁଆଇଲେ, ସେମାନଙ୍କ ସହ ହସିଲେ ଖୁସି ଗପ କଲେ । ଏହେଉଛି ଜମ୍ମୁକାଶ୍ମୀରରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବା ବେଳର ଦୃଶ୍ୟ । ଯବାନ ମାନେ ହେଉଛନ୍ତି ଭାରତର ସୁରକ୍ଷା କବଚ । ତାଙ୍କରି ଯୋଗୁ ଆମେ ରାତିରେ ଶାନ୍ତିରେ ଶୋଇ ପାରୁଛୁ । ୨୦୧୬ ରେ ହୋଇଥିବା ଉରି ସର୍ଜିକାଲ ଷ୍ଟ୍ରାଇକ କଥା ମନେ ପକାଇ ଭାରତୀୟ ଯବାନଙ୍କ ଖୁବ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ । ଶତ୍ରୁ ଦେଶରେ ପଶି ଆତଙ୍କୀଙ୍କୁ ସଫା କରିବା ସହ ବିନା କ୍ଷୟ କ୍ଷତିରେ ଫେରିଆସିବା କମ କଥା ନୁହେଁ । ଭାରତୀୟ ଯବାନଙ୍କ ଏହି ପରାକ୍ରମକୁ ସାରା ବିଶ୍ୱ ସବୁଦିନ ପାଇଁ ମନେ ରଖିବ ବୋଲି କହିଛନ୍ତି ମୋଦି । ସେହିପରି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ସୈନଙ୍କ ସହ ମନୋବଳ ବଢାଇଲେ ନରେନ୍ଦ୍ର ମୋଦୀ ।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସେନା ବାହୀନି ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁ କାଶ୍ମିର ସେନା ଶିବିର ରେ ପହଂଚି ସହିଦ ଯବାନଙ୍କୁ ସ୍ରଦ୍ଧାଂଞ୍ଜଳି ଅର୍ପଣ କରିଛନ୍ତି ମୋଦୀ । ସେନା ବାହିନୀ କୁ ନିଜ ପରିବାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କର ଇଚ୍ଛା ଥାଏ ନିଜ ପରିବାର ସହ ଦୀପାବଳି ପାଳନ କରିବାକୁ । ସେଇଥିପାଇଁ ଯବାନଙ୍କ ସହ ସବୁବର୍ଷ ଦୀପାବଳିି ପାଳନ କରେ ବୋଲି କହିଛନ୍ତି ମୋଦୀ ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ମିଶି ଦୀପାବଳି ପାଳନ କରି ଯବାନଙ୍କ ମନୋବଳ ବଢାଇଛନ୍ତି ।