ନିଆଁ ମୁହଁରେ ଉତରାଖଣ୍ଡର ନୈନିତାଲ ଜଙ୍ଗଲ । ୩୬ଘଂଟାରେ ୩୦ ପ୍ରତିଶତ ଜଙ୍ଗଲ ପୋଡ଼ି ପାଉଁଶ,ଅଗ୍ନିକାଣ୍ଡ କାବୁ ପାଇଁ ବାୟୁସେନା ନିୟୋଜିତ

57

କନକ ବ୍ୟୁରୋ : ହୁ ହୁ ହୋଇ ଜଳୁଛି ଜଙ୍ଗଲ । ତ୍ରାହୀ ତ୍ରାହୀ ଡାକୁଛି ଜନଜୀବନ । କିଛି ଘଂଟା ଭିତରେ ହିଁ ଜଙ୍ଗଲର ୪୦ରୁ ଅଧିକ ପ୍ରତିଶତ ଜମି ଜଳିପୋଡି ପାଉଁଶ ହେଲାଣି । ଆଖପାଖରେ ରହୁଥିବା ଲୋକମାନେ ଜୀବନ ବିକଳରେ ଘରଦ୍ୱାର ଛାଡି ଚାଲିଯାଉଛନ୍ତି କିନ୍ତୁ କ’ଣ ବା କରିବେ ନିରୀହ ଜୀବଜନ୍ତୁ । ନିଆଁ ଗ୍ରାସରେ ଜଳି ଯାଉଛନ୍ତି ବନ୍ୟପ୍ରାଣୀ । ଏହି ଦୃଶ୍ୟ ହେଉଛି ଉତରାଖଣ୍ଡର ନୈନିତାଲ ଜଙ୍ଗଲର । ପବନ ଯୋଗୁଁ ଅଗ୍ନିକାଣ୍ଡ ଜଙ୍ଗଲର ଆଖପାଖ ଅଂଚଳକୁ ମାଡି ଚାଲିଛି । ସୂଚନା ଅନୁସାରେ ନୈନିତାଲ ହାଇକୋର୍ଟ ଓ ବସଷ୍ଟପ ନିକଟକୁ ମାଡି ଆସିଲାଣି ନିଆଁ

ଅଗ୍ନିକାଣ୍ଡକୁ କାବୁ କରିବାକୁ ରାଜ୍ୟ ସରକାର ସେନାର ସହାୟତା ଲୋଡିଛନ୍ତି । ହେଲିକପ୍ଟର ଜରିଆରେ ଜଙ୍ଗଲ ଉପରେ ଲଗାତାର ପାଣି ଢ଼ଳାଯାଉଛି । ସେନାର ୫ଟି ହେଲିକପ୍ଟରକୁଙ୍କ ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି । ସ୍ଥିତିିକୁ ଦୃଷ୍ଟିରେ ରଖି ନୈନିତାଲକୁ ପର୍ଯର୍୍ୟଟକଙ୍କ ଆଗମନକୁ ରୋକାଯିବା ସହ ସମସ୍ତ ଜଳକ୍ରୀଡାକ ବନ୍ଦ ରଖାଯାଇଛି

ନୈନିତାଲ ହଲଦ୍ୱାନୀରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଉତରାଖଣ୍ଡର ବନ ବିଭାଗର ରିପୋର୍ଟ ଅନୁସାରେ ୩୬ଘଂଟା ମଧ୍ୟରେ ନୈନିତାଲ ସମେତ ଛୋଟବଡ ୩୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ମୋଟ ୩୩.୩୪ ହେକ୍ଟର ଜମି ପ୍ରଭାବିତ ହୋଇଛି ।