୬୦ବର୍ଷ ବୟସରେ ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ୨୦୨୪ ଟାଇଟେଲ । ଆଶ୍ଚର୍ଯ୍ୟ କଲେ ଆର୍ଜେଟିଂନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ

458

କନକ ବ୍ୟୁରୋ : ସଫଳତା ପାଇଁ ବୟସ ବାଧକ ନୁହେଁ । ଏହାକୁ ପୁଣି ପ୍ରମାଣ କରି ଦେଖାଇଛନ୍ତି ଆର୍ଜେଟିଂନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ । ମିସ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ ୨୦୨୪ ବିଜେତା ହୋଇଛନ୍ତି ଏହି ୬୦ବର୍ଷ ବର୍ଷୀୟା ପ୍ରତିଯୋଗୀ । ଟାଇଟେଲ ଜିତି କେବଳ ସେ ଆର୍ଜେଟିଂନାକୁ ବିଶ୍ୱ ଦରବାରରେ ନୂଆ ପରିଚୟ ଦେଇ ନାହାଁନ୍ତି ବଂର ଯୁବବର୍ଗଠୁ ବୃଦ୍ଧଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପେଶାରେ ରୋଡ୍ରିଗଜ ଜଣେ ଓକିଲ ଓ ସାମ୍ବାଦିକ । ୬୦ବର୍ଷ ବୟସରଙ୍କ ଏହି ସମ୍ମାନଜନକ ସଫଳତା ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ଆଗକୁ ମିସ ୟୁନିଭର୍ସ ଆର୍ଜେଟିଂନାରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ମେ ମାସରେ ଅନୁଷ୍ଠିତ ହେବ ପ୍ରତିଯୋଗିତା । ଯଦି ଏଥିରେ ସଫଳ ହୁଅନ୍ତି ତେବେ ସେପ୍ଟେମ୍ବର ୨୮ରେ ହେବାକୁ ଥିବା ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଗତବର୍ଷ ଠୁ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରତିଯୋଗୀଙ୍କ ବୟସସୀମା ହଟାଯାଇଛି । ପୂର୍ବରୁ ବୟସସୀମା ଥିଲା ୧୮ରୁ ୨୮ ।