Daily Archives

August 29, 2021

ଆଉ ଶୁଣିକି ନୁହେଁ ଏବେ ନିଜେ ପଢି ପଢି ଶ୍ରୀମଦ ଭାଗବତ ଗୀତାର ରସ ପାନ କରିବେ ଦୃଷ୍ଟିହୀନ । ବ୍ରେଲ ଲିପିରେ ଆସିଲା ଓଡିଆ…

କନକ ବ୍ୟୁରୋ: ଭଗବାନ ଦୃଷ୍ଟିଶକ୍ତି ଦେଇ ନାହାନ୍ତି ବୋଲି ଜୀବନରେ ତାଙ୍କୁ ଦେଖିବାର ସମ୍ଭାବନା ନାହିଁ । ଯେତିକି ଶୁଣିଲେ, ସେତିକି ଅନୁଭବ କଲେ । ଶୁଣି ଶୁଣି ହିଁ ଭଗବାନଙ୍କ ଭକ୍ତିରେ ଭିଜନ୍ତି ଦୃଷ୍ଟିହୀନମାନେ । ହେଲେ ଆଉ ଏବେ ଶୁଣିକି ନୁହେଁ ବରଂ ନିଜେ ପଢି ପଢି ଭଗବତ ପ୍ରେମର ରସ ପାନ…

ବର୍ଷା ନାହିଁ, ପାଣି ଅଭାବରୁ ନିମାପଡାରେ ମରୁଡି ଆଶଙ୍କା । ରକ୍ଷଣା ବେକ୍ଷଣା ଅଭାବରୁ ପୋତି ହୋଇଗଲାଣି କେନାଲ ।

କନକ ବ୍ୟୁରୋ: ନିଅଣ୍ଟିିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି । କେନାଲ ଅଛି, ହେଲେ କେନାଲରେ ପାଣି ଆସୁନାହିଁ । ରକ୍ଷଣା ବେକ୍ଷଣା ଅଭାବରୁ କେତେକ ସ୍ଥାନରେ କେନାଲ ପୋତି ହୋଇଗଲାଣି । ବର୍ଷା ହେଉ ନାହିଁ କି କେନାଲରେ ପାଣି ଆସୁନାହିଁ, ଫଳରେ…

ଆଗପଛ ହୋଇ ଚାଲିଗଲେ ବାପାମାଆ । ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଏବେ ଅସହାୟ ଭାଇଭଉଣୀ । କୁନି ଭଉଣୀକୁ ପାଠ…

କନକ ବ୍ୟୁରୋ: ନା ବାପା ଅଛନ୍ତି, ନା ମାଆ, ନା ବଡ ଭାଇ... ମୁଣ୍ଡ ଉପରୁ ମୁରବୀଙ୍କ ହାତ ହଟିଯିବା ପରେ ଜୀବନ କେତେ ଯେ କଷ୍ଟ ବୋଧହୁଏ ତାହା ଏ ଅସହାୟ ଭାଇଭଉଣୀଙ୍କ ଛଡା ଆଉ କେହି କହି ପାରିବେନ ନାହିଁ । ପ୍ରଥମେ ବାପା, ପରେ ପରେ ବଡ଼ଭାଇ ଆଉ ଶେଷରେ ଆରପାରିକୁ ଚାଲିଗଲା ମାଆ । ଘରର ତିନି ତିନି…

ଲଘୁଚାପ ପ୍ରଭାବରେ ରାଜ୍ୟର ୭ ଜିଲ୍ଲାରେ ବର୍ଷା ସମ୍ଭାବନା । ସେପଟେ ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ ।

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବର୍ଷ ହୋଇଛି ୨୯ ପ୍ରତିଶତ କମ୍ ମୌସୁମୀ ବର୍ଷା । ଜୁନ୍ ୧ରୁ ୨୯ ଅଗଷ୍ଟ ମଧ୍ୟରେ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି…

ବେଗୁନିଆ ଭାଇରାଲ ଭିଡ଼ିଓ ଘଟଣା । ମାଗୁଣି ଓ ପୁଅ ଆନନ୍ଦ କହିଲେ, ମାନବବାଦୀ ସଙ୍ଗଠନର ମାଡ଼ ନେଇ ଅଭିଯୋଗ ପରେ ଧମକ…

କନକ ବ୍ୟୁରୋ: ଖୋର୍ଦ୍ଧା ବେଗୁନିଆରେ ମାନବବାଦୀ ସଙ୍ଗଠନର ଅମାନବୀୟ ଆକ୍ରମଣ ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭାଇରାଲ ହୋଇଥିବା ଭିଡ଼ିଓରେ ଖୋର୍ଦ୍ଧା କଡ଼ବା ଆଦିବାସୀ ସାହିର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକ ମାଡ଼ ଖାଉଥିବା ଦେଖା ଯାଉଥିଲା । ଗତକାଲି ମାଗୁଣି…

ରକ୍ଷାମନ୍ତ୍ରୀଙ୍କ ବଡ ବୟାନ , ଆବଶ୍ୟକ ପଡିଲେ ଶତ୍ରୁ ଦେଶର ମାଟିରେ ଆତଙ୍କବାଦକୁ କବର ଦେବ ଭାରତ

କନକ ବ୍ୟୁରୋ : ତାଲିବାନୀ ମାନଙ୍କ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ସେଠାରେ ଦେଖା ଦେଇଥିବା ପରିସ୍ଥିତି ଏବେ ସାରା ବିଶ୍ୱପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଫଗାନିସ୍ତାନ ଦଖଲ ପରେ ଏବେ ଆତଙ୍କବାଦୀମାନଙ୍କ ମନୋବଳ ବୃଦ୍ଧି ପାଇଛି । ଏହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ଥିବା ବେଳେ ଆଜି…