୮ଥର ଭୋଟ ଦେଇ ଗିରଫ ହେଲେ ଯୁବକ । ପୋଲିଙ୍ଗ ପାର୍ଟି ସସପେଣ୍ଡ । ବୁଥରେ ପୁଣି ଥରେ ମତଦାନ ପାଇଁ ନିର୍ଦ୍ଦେଶ ।

3,419

କନକ ବ୍ୟୁରୋ: ଆଜି ଦେଶରେ ଚାଲିଛି ୫ମ ପର୍ଯ୍ୟାୟ ମତଦାନ ।ଉତ୍ତରପ୍ରଦେଶ ଏଟାରେ ଜଣେ ଯୁବକ ୮ଥର ଭୋଟ ଦେବା ପରେ ଗିରଫ ହୋଇଛନ୍ତି । ନିଜେ ୮ଥର ଭୋଟ ଦେବାର ଭିଡିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏ ବିଷୟରେ ଜଣାପଡିବାରୁ ତନାଘନା ଆରମ୍ଭ ହୋଇଥିଲା । ଏହି ଭିଡିଓକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ତେବେ ଏହି ଘଟଣା ଜଣାପଡିବା ପରେ ଏଟା ଜିଲ୍ଲାର ନୟଗାଁଓ ଥାନାରେ ମାମଲା ରୁଜୁ କରାଯାଇଥିଲା । ଯୁବକକୁ ଗିରଫ କରାଯିବା ସହ ସେହି ବୁଥରେ ଥିବା ପୋଲିଙ୍ଗ ପାର୍ଟିକୁ ସସପେଣ୍ଡ କରାଯାଇଛି । ଏହାସହ ସେହି ବୁଥରେ ସାନି ମତଦାନ ପାଇଁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।