ବର୍ଷା ନାହିଁ, ପାଣି ଅଭାବରୁ ନିମାପଡାରେ ମରୁଡି ଆଶଙ୍କା । ରକ୍ଷଣା ବେକ୍ଷଣା ଅଭାବରୁ ପୋତି ହୋଇଗଲାଣି କେନାଲ ।

115

କନକ ବ୍ୟୁରୋ: ନିଅଣ୍ଟିିଆ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି । କେନାଲ ଅଛି, ହେଲେ କେନାଲରେ ପାଣି ଆସୁନାହିଁ । ରକ୍ଷଣା ବେକ୍ଷଣା ଅଭାବରୁ କେତେକ ସ୍ଥାନରେ କେନାଲ ପୋତି ହୋଇଗଲାଣି । ବର୍ଷା ହେଉ ନାହିଁ କି କେନାଲରେ ପାଣି ଆସୁନାହିଁ, ଫଳରେ ପାଣି ଅଭାବରୁ ଧାନ ଚାଷ କାମ ଆଗେଇ ପାରୁନାହିଁ । ସବମାଇନର କେନାଲର ପାଣି ତଳିଆ ଅଞ୍ଚଳରେ ଥିବା ଜମିକୁ ପାଣି ମାଡିପାରୁ ନାହିଁ । ଫଳରେ ବୁଣା ଜମି ବର୍ଷା ଅଭାବରୁ ବିଲ ଫାଟି ଆଁ କଲାଣି । ରୂଆ ଜମିରେ ଧୀରେ ଧୀରେ ମାଟିର ଆଦ୍ରତା କମିବାରେ ଲାଗିଛି । ଅନ୍ୟପଟେ ଅସହାୟ ଚାଷୀ ଏବେ ବର୍ଷାକୁ ଚାତକ ଭଳି ଚାହିଁ ରହିଛି । ନିମାପଡା ଅଞ୍ଚଳର ଶତକଡ଼ା ୧୦୦ଭାଗ ଜଳସେଚିତ ଅଞ୍ଚଳ ବୋଲି କୃଷି ବିଭାଗ କହିଛି । ହେଲେ ଅଧିକାଂଶ ସ୍ଥାନରେ କେନାଲ ଥାଇ ମଧ୍ୟ ପାଣି ମାଡ଼ୁନାହିଁ । କେନାଲର ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘଦିନ ହେବ ଏଭଳି ସମସ୍ୟା ଲାଗି ରହିଥିବା କହିଛନ୍ତି ଚାଷୀ । କୃଷି ବିଭାଗର ତଥ୍ୟ ଅନୁସାରେ ନିମାପଡ଼ା ଅଞ୍ଚଳରେ ଚଳିତ ବର୍ଷ ୧୯ ହଜାର ୫୦୦ କ୍ଟେର ଜମିରେ ଖରିଫ ଧାନ ଫସଲ ଚାଷ କରାଯାଇଛି । ବର୍ଷା ଅଭାବରୁ ସିଧାସଳଖ ପ୍ରାୟ ୨୦୦୦ ହଜାର ହେକ୍ଟର ଉଦ୍ଧ୍ୱର୍ ଚାଷ ଜମି ଗୁରୁତର ଭାବେ ପ୍ରଭାବିତ ହୋଇଛି ।