ଲଘୁଚାପ ପ୍ରଭାବରେ ରାଜ୍ୟର ୭ ଜିଲ୍ଲାରେ ବର୍ଷା ସମ୍ଭାବନା । ସେପଟେ ଆସନ୍ତାକାଲିଠୁ କମିବ ବର୍ଷାର ପରିମାଣ ।

372

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବର୍ଷ ହୋଇଛି ୨୯ ପ୍ରତିଶତ କମ୍ ମୌସୁମୀ ବର୍ଷା । ଜୁନ୍ ୧ରୁ ୨୯ ଅଗଷ୍ଟ ମଧ୍ୟରେ ୨୯ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୪ ଜିଲ୍ଲାରେ ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୂସାରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳରେ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ଆଜି ୭ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।