ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ନୋଟିସ୍ । ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ ଏବଂ ପର୍ଶୁରାମ ଧଡାଙ୍କୁ ନୋଟିସ୍ କଲେ ବାଚସ୍ପତି ।

10,078

କନକ ବ୍ୟୁରୋ: ୪ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ମଙ୍ଗଳବାର ନୋଟିସ୍ ଜାରି କରିଛନ୍ତି ବାଚସ୍ପତି । ପୂର୍ବତନ ବିଜେଡି ବିଧାୟକ ରମେଶ ସାଏ, ସମୀର ରଞ୍ଜନ ଦାଶ, ପର୍ଶୁରାମ ଧଡା ଏବଂ ସୀମାରାଣୀ ନାୟକଙ୍କୁ ଏହି ନୋଟିସ୍ ଜାରି କରାଯାଇଛି । ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ କରାଯିବନି ସେନେଇ ସେମାନଙ୍କୁ ଉତ୍ତର ମଗାଯାଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ତେବେ ଯଦି ୨୭ ତାରିଖ ଭିତରେ ଏହି ୪ ବିଧାୟକ ତାଙ୍କର ଉତ୍ତର ନରଖନ୍ତି, ତେବେ ତାଙ୍କ ବିଧାୟକ ପଦ ରଦ୍ଦ ହେଇପାରେ ।