Daily Archives

May 3, 2021

ମନରୁ ଲିଭୁନି ମେ ୩, ୨୦୧୯… ଫଣାଟେକି ଆସିଥିଲା, ତାଣ୍ଡବ ରଚିଯାଇଥିଲା । ବାତ୍ୟା ମାଡରେ ଛାରଖାର ହୋଇଥିଲା ଅଧା…

କନକ ବ୍ୟୁରୋ: ଫୋନି ଆସିଥିଲା, ତାଣ୍ଡବ ରଚିଥିଲା । ଓଡିଶା ଦେଖିଥିଲା ବଡ ବିପର୍ଯ୍ୟୟ । ବର୍ଷା, ପବନ, ବିଜୁଳି, ଘଡଘଡି ଆଉ ତାପରେ ସୁସୁ ଗର୍ଜନ କରି ମାଡି ଆସିଥିଲା ଝଡ । ସ୍ଥଳଭାଗକୁ ମାଡି ଆସିବା ପାଇଁ ସମୁଦ୍ର ଗର୍ଭରେ ଶକ୍ତି ଗୋଟାଉଥିଲା ଫୋନି । ଲ୍ୟାଣ୍ଡଫଲ କରିବାର କିଛି ଘଣ୍ଟା ପୂର୍ବରୁ…

କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଟଙ୍କା ମଞ୍ଜୁର କଲେ…

କନକ ବ୍ୟୁରୋ: କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ହେଲା ମଞ୍ଜୁର । ଏହି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ…

ଚାଳ ଝୁମ୍ପୁଡି ଘରୁ ବିଧାନସଭା…ପଶ୍ଚିମବଙ୍ଗରେ ଟିଏମସିର ଟାଣୁଆ ନେତାଙ୍କୁ ହରାଇଲେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ…

କନକ ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଜିତିଲେ ବିଧାନସଭା ନିର୍ବାଚନ । ଚାଳ ଛପର ଘୋଡା ଝାଟିମାଟିର ଗରିବ ଘରୁ ଗଣତନ୍ତ୍ରର ମନ୍ଦିରରେ ପାଦ ଥାପିବେ ଜଣେ ଆଦିବାସୀ ଗରିବ ମା । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ହାରିଯାଇଛି ସତ, କିନ୍ତୁ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି, ବିଜେପିର ଜଣେ…

କରୋନା କବଳରେ ଆଇପିଏଲ । କୋଲକାତା ପରେ ଚେନ୍ନାଇର ୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ 

କନକ ବ୍ୟୁରୋ: ଆଇପିଏଲରେ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । କୋଲକାତା ନାଇଟ ରାଇଡର ପରେ ଚେନ୍ନାଇ ସୁପର କିଙ୍ଗସର ୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବର୍ତ୍ତମାନ ଆଇପିଏଲ ହେବା ନହେବା ଉପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ପିରସ୍ଥିତିରେ ଆଇପିଏଲ ଆୟୋଜନ…

୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ବାତ୍ୟା ରୂପ ନେବ କି ନାହିଁ ଏବେ ବି ଅସ୍ପଷ୍ଟ

କନକ ବ୍ୟୁରୋ : ମାଡ଼ି ଆସୁଛି ଆଉ ଏକ ବାତ୍ୟା । ଗତବର୍ଷ ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ । ମେ’ ଦ୍ବିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ। କିଛି ମ‌ଡେଲ୍‌ ଏମିତି ପୂର୍ବାନୁମାନ କରିଛନ୍ତି। ଆମେରିକାର ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ମଡେଲର…

ପୁରୀ ଶ୍ରୀମନ୍ଦିର ଉପରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ : ଶନିବାର ପୋତା ଗଲା ବଳକା ମହାପ୍ରସାଦ; ରବିବାର ବସ୍ତିରେ…

କନକ ବ୍ୟୁରୋ : ସଟଡାଉନ ପାଇଁ ମହାପ୍ରସାଦ ବିକ୍ରି ହେବାରେ ପଡ଼ୁଛି ପ୍ରଭାବ । ଗତ ଦୁଇ ଦିନ ସଟଡାଉନ ଥିବାରୁ ଶନିବାର ବଳକା ମହାପ୍ରସାଦ ପୋତା ଯାଇଥିବା ବେଳେ ରବିବାର ଦିନ ବସ୍ତି ଅଂଚଳରେ ବଂଟା ଯାଇଛି । ଏଭଳି ସ୍ଥିତି ଆଗକୁ ଜଟିଳ ହେବାକୁ ଥିବାରୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଆଉ ବଳକା…