କରୋନା କବଳରେ ଆଇପିଏଲ । କୋଲକାତା ପରେ ଚେନ୍ନାଇର ୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ 

2,247

କନକ ବ୍ୟୁରୋ: ଆଇପିଏଲରେ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । କୋଲକାତା ନାଇଟ ରାଇଡର ପରେ ଚେନ୍ନାଇ ସୁପର କିଙ୍ଗସର ୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବର୍ତ୍ତମାନ ଆଇପିଏଲ ହେବା ନହେବା ଉପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ପିରସ୍ଥିତିରେ ଆଇପିଏଲ ଆୟୋଜନ କରିବା ଠିକ ହେବ ନା ବନ୍ଦ କରିଦିଆଯିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି ।

ଆଜି ସିଏସକେର ସିଇଓ କାଶୀ ବିଶ୍ୱନାଥ, ବୋଲିଂ କୋଚ ଏଲ ବାଲାଜୀ ଓ ବସ କ୍ଲିନର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ଟିମର ଅନ୍ୟ ସଦସ୍ୟ ଓ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି । ଖେଳାଳିଙ୍କ କରୋନା ଟେଷ୍ଟ ଗତ ରବିବାର କରାଯାଇଥିଲା । ବୁଧବାର ସିଏସକେର ମ୍ୟାଚ ରାଜସ୍ଥାନ ସହ ରହିଛି । ଏହାମଧ୍ୟରେ ପ୍ରାକ୍ଟିସକୁ ମଧ୍ୟ ରଦ୍ଦ କରିଛି ସିଏସକେ ।

ସବୁଠୁ ବଡ କଥା ହେଉଛି କେକେଆରର ୨ ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା । ଏହା ବର୍ତ୍ତମାନ ବିସିସିଆଇର ଚିନ୍ତା ବଢାଇ ଦେଇଛି । କୋଲକାତାର ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦିପ ୱାରିୟର ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଆଜି ହେବାକୁ ଥିବା ବାଙ୍ଗାଲୋର ଓ କୋଲକାତା ମ୍ୟାଚକୁ ରଦ୍ଦ କରିଦିଆଯାଇଛି । ଏହି ମ୍ୟାଚ କେବେ ହେବ ତାହା ନିଷ୍ପତ୍ତି ହୋଇନି ।

Comments are closed.