ସୁନ୍ଦରଗଡ ବିଜେପି ପ୍ରାର୍ଥୀ କୁସୁମ ଟେଟେଙ୍କ ପାଇଁ ବଢିଲା ଅଡୁଆ । ବିଜେପି ନେତାଙ୍କ ଠାରୁ ଟଙ୍କା ଜବତ ନେଇ ଆକ୍ସନମୋଡରେ ବିଜେଡି

724

କନକ ବ୍ୟୁରୋ :  ଟଙ୍କା ସହ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ବିଜେପି ନେତା । ବିଜେପି ନେତା ଭୀମସେନ ନାୟକ ଓ କୃପାସିନ୍ଧୁ ଦୁବେ ଟଙ୍କା ବାଂଟିବା ବେଳେ ଗିରଫ ହୋଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଭଷ୍ମା ଥାନା କଇଁସରା ଗାଁରେ ଟଙ୍କା ବାଂଟୁଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଗାଡିରୁ ଜବତ ୨ ଲକ୍ଷ ୪୨ ହଜାର ଟଙ୍କା ସହ ଏନଭଲପ୍, ନୋଟ୍ ପ୍ୟାଡ୍ ଓ ଭୋଟର ଲିଷ୍ଟ ମଧ୍ୟ ଜବତ କରାଯାଇଛି । ଘଟଣାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । କୁସୁମ ଟେଟେଙ୍କ ପାଇଁ ଦୁଇ ଅଭିଯୁକ୍ତ ଟଙ୍କା ବାଂଟୁଥିବା ଦଳ ଅଭିଯୋଗ କରିଛି । ଏହା ନିର୍ବାଚନ ଆଚରଣ ବିଧିର ଉଲଂଘନ ତେଣୁ କୁସୁମ ଟେଟେଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି । ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି କୁସୁମ ଟେଟେ କହିଛନ୍ତି ବିଜେଡି ମିଛ କହୁଛି । କୁସୁମଙ୍କୁ ଟାର୍ଗେଟ କରି ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ କହିଛନ୍ତି, କୁସୁମ ଜନତାଙ୍କ ବିଶ୍ୱାସ ହରାଇ ସାରିଥିବାରୁ ଟଙ୍କା ବାଂଟି ନିର୍ବାଚନ ଜିତିବାକୁ ପ୍ରୟାସ କରୁଛନ୍ତି । ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଟଙ୍କା ବାଂଟି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛି କିନ୍ତୁ ଏଥିରେ ସଫଳ ହେବନାହିଁ ।