ବିିଶାଳ ଦାସଙ୍କ ପାଇଁ ବଢିଲା ଅଡୁଆ । ୨୪ ଘଂଟାରୁ ଅଧିକ ସମୟ ଧରି ଝାରସୁଗଡାରେ ଜାରି ରହିଛି ଆୟକର ବିଭାଗର ଚଢାଉ

502

କନକ ବ୍ୟୁରୋ : ଝାରସୁଗୁଡ଼ାରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ରାତିରୁ ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳୀ ଦାସଙ୍କ ଭାଇ ବିଶାଳ ଦାସଙ୍କ ଜଣେ କର୍ମଚାରୀଙ୍କ ଘରେ ଆଇଟି ରେଡ୍ କରୁଛି । ରେଡ୍ରେ ଦୁଇ ଜଣ ଆଇଟି ଅଧିକାରୀ ସାମିଲ ହୋଇଛନ୍ତି । ଗତକାଲି ବିଶାଳ ଦାସଙ୍କୁ ୪ ଘଂଟା ଆଇଟି ଅଧିକାରୀ ପଚରା ଉଚରା କରି ଛାଡିଥିବା ସୂଚନା ମିଳିଥିଲା । ଏଥିସହ ତାଙ୍କର ଜଣେ ସହଯୋଗୀଙ୍କୁ ଆଇଟି ବିଭାଗ ଅଟକ ରଖି ପଚରାଉଚରା କରୁଛି । ଗତକାଲି ଅପରାହ୍ଣରେ ବିଶାଳ ଏକ ଘରୋଇ ହୋଟେଲରେ ଥିବା ବେଳେ ଆଇଟି ଟିମ୍ ଚଢାଉ କରିଥିଲେ । ତେବେ ହୋଟେଲରୁ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ । ଏହାପରେ ବିଶାଳ ଦାସଙ୍କୁ ଝାରସୁଗୁଡାର ମେଫେୟାର ହୋଟେଲକୁ ନିଆଯାଇ ୪ ଘଂଟା ପଚରାଉଚରା କରିବା ପରେ ଛାଡିଥିଲେ ଆଇଟି ଅଧିକାରୀ ।