କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଟଙ୍କା ମଞ୍ଜୁର କଲେ ନବୀନ ପଟ୍ଟନାୟକ ।
ସିଏମସି ଅଂଚଳରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଟଙ୍କା ମଞ୍ଜୁର ।
କନକ ବ୍ୟୁରୋ: କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ହେଲା ମଞ୍ଜୁର । ଏହି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ । ତେବେ ସହରରେ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମରେ ବଢୁଥିବା ସଂକ୍ରମଣକୁ ଦେଖି ମଧ୍ୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ସହରର କୋଭିଡ୍ ପରିଚାଳନା ସୁରୁଖୁରୁରେ ହେବ ବୋଲି କୁହାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏମଆରଏଫରୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ସିଏମସି ଅଂଚଳରେ କରୋନା ସଂକ୍ରମଣକୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଟଙ୍କା ମଞ୍ଜୁର । @CMCCuttack @Naveen_Odisha pic.twitter.com/ZzhsEJwkwg
— Kanak News (@kanak_news) May 3, 2021