ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା । ମୃତଦେହକୁ ଦିନେ ଘରେ ରଖିବା ପରେ ନାଳରେ ଫିଙ୍ଗିଦେଲା ଅଭିଯୁକ୍ତ । 

1,050

କନକ ବ୍ୟୁରୋ:  ଚାକିରି ପାଇଁ ଟଙ୍କା ଦେଇଥିବା ଯୁବକ ଧାର ଟଙ୍କା ମାଗିବାରୁ ହତ୍ୟା । କଳାହାଣ୍ଡି କେସିଙ୍ଗା ଭଅଁରମାଳ ଅଞ୍ଚଳରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଘଟଣାରେ ଅଭିଯୁକ୍ତ ଜିତୁ ଗୌଡ଼କୁ ଗିରଫ କରି ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ବିରଞ୍ଚିି ନାମକ ବ୍ୟକ୍ତି ଜିତୁ ଗୌଡକୁ ଚାକିରି ପାଇଁ ପୂର୍ବରୁ ଟଙ୍କା ଦେଇଥିବା ବେଳେ ଫେରସ୍ତ ମାଗିଥିଲେ । ବାରମ୍ବାର ଟଙ୍କା ମାଗିବାରୁ ବିରଞ୍ଚିିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଜିତୁ । ପୂର୍ବ ଯୋଜନା ମୁତାବକ ୧୨ ତାରିଖ ଦିନ ଜିତୁ ବିରଞ୍ଚି  ଡାକିବା ସହିତ ପ୍ରବଳ ମଦ୍ୟପାନ କରାଇଥିଲା, ଅଚେତ ହୋଇଯିବା ପରେ ହାତଗୋଡ ବାନ୍ଧି ବିରଞ୍ଚିିକୁ ହତ୍ୟା କରିବା ସହ ଶବକୁ ଘରେ ଲୁଚାଇ ରଖିଥିଲା ଜିତୁ । ପରଦିନ ଘର ପାଖ ନାଳରେ ଶବକୁ ଫୋପାଡିଥିବା ବେଳେ ତଦନ୍ତ ପରେ ଜିତୁକୁ ଗିରଫ କରିଥିଲା ପୋଲିସ । ଘଟଣା ସ୍ଥଳକୁ ଅଭିଯୁକ୍ତକୁ ନିଆଯାଇ କ୍ରାଇମ ସିନ୍ ରିକ୍ରିଏସନ କରାଯାଇଥିବା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।