କେବଳ ଗ୍ରାମାଞ୍ଚଳ ନୁହେଁ ଏବେ ସହରାଞ୍ଚଳ ଲୋକଙ୍କୁ ବି ମିଳିବ ମାଗଣା ସ୍ୱାସ୍ଥ୍ୟସେବା । ବିଜେଡି ସରକାରକୁ ଆସିଲେ ବ୍ୟାପକ ହେବ ହିତାଧିକାରୀଙ୍କ ସୀମା

89

କନକ ବ୍ୟୁରୋ : ଚଳିତ ନର୍ବାଚନରେ ବିଜେଡି ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିଛି । ହେଲେ ଏହି ବିଏସକେୱାଇ କାର୍ଡ ମାଧ୍ୟମରେ ପୂର୍ବରୁ କେବଳ ଗ୍ରାମାଞ୍ଚର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ସୁବିଧା ପାଉଥିବା ବେଳେ ଏବେ ଏହାକୁ ସହରାଞ୍ଚଳର ଲୋକଙ୍କୁ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । କେବଳ ସହରାଞ୍ଚଳ ଲୋକ ନୁହଁନ୍ତି ସରକାରଙ୍କ ଏହି ଯୋଜନାର ଲାଭ ସରକାରୀ ଚାକରିଆମାନେ ମଧ୍ୟ ପାଇବେ ବୋଲି କହିଛନ୍ତି । ଏହି କାର୍ଡ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ପରିବାର ବିନା ମୂଲ୍ୟରେ କୌଣସି ବି ମେଡିକାଲରେ ଚିକିତ୍ସା ପାଇପାରିବେ । ଏଥିରେ ପୁରୁଷମାନଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରାଜ୍ୟ ସରକାର ଯୋଗାଇ ଦେଉଥିବା ବେଳେ ମହିଳାମାନେ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇପାରିବେ । ଏହା ବିଜେଡି ସରକାରର ସବୁଠାରୁ ସଫଳ ଯୋଜନା ବୋଲି କୁହାଯାଇଛି ।

ଏହି ଯୋଜନାରେ ଏବେ ରାଜ୍ୟର ୯୬.୫ ପରିବାର ଉପକୃତ ହେଉଛନ୍ତି । ଜଙ୍କିଳରୁ ଜଟିଳ ରୋଗର ଚିକିତ୍ସା ବିନା ପଇସାରେ ହୋଇପାରୁଛି । ଏହାସହ କେବଳ ସରକାରୀ ହସ୍ପିଟାଲ ନୁହେଁ ବରଂ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ବଡ ବଡ ହସ୍ପିଟାଲରେ ରାଜ୍ୟର ଗରିବ ଲୋକମାନେ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଯଦି ରାଜ୍ୟ ବାହାରେ କାମ କରୁଥିବା ଓଡିଶା ଲୋକଙ୍କ କଥା କହିବା ତେବେ ସେମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରୁଛନ୍ତି । ଚଳିତ ନିର୍ବାଚନରେ ବିଜେଡି ଏହାକୁ ରାଜ୍ୟ ସରକାରଙ୍କର ବଡ ସଫଳ ଯୋଜନା ବୋଲି ପ୍ରଚାର କରୁଛି ।