ପୁରୀ ଶ୍ରୀମନ୍ଦିର ଉପରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ : ଶନିବାର ପୋତା ଗଲା ବଳକା ମହାପ୍ରସାଦ; ରବିବାର ବସ୍ତିରେ ବାଂଟିଲା ପ୍ରଶାସନ

178

କନକ ବ୍ୟୁରୋ : ସଟଡାଉନ ପାଇଁ ମହାପ୍ରସାଦ ବିକ୍ରି ହେବାରେ ପଡ଼ୁଛି ପ୍ରଭାବ । ଗତ ଦୁଇ ଦିନ ସଟଡାଉନ ଥିବାରୁ ଶନିବାର ବଳକା ମହାପ୍ରସାଦ ପୋତା ଯାଇଥିବା ବେଳେ ରବିବାର ଦିନ ବସ୍ତି ଅଂଚଳରେ ବଂଟା ଯାଇଛି । ଏଭଳି ସ୍ଥିତି ଆଗକୁ ଜଟିଳ ହେବାକୁ ଥିବାରୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଆଉ ବଳକା ମହାପ୍ରସାଦ ରନ୍ଧନ ବନ୍ଦ ରଖିବା ନେଇ ଚିନ୍ତା କଲାଣି ସୁଆର ମହାସୁଆର ନିଯୋଗ ।

ସେପଟେ ୫ ତାରିଖରୁ ଲକଡାଉନକୁ ୨ ସପ୍ତାହ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ କିଭଳି ମହାପ୍ରସାଦ ବିକ୍ରି ହେବ ସେନେଇ ଚିନ୍ତା । ସେପଟେ ଲକଡାଉନରେ ଅନେକ କଟକଣା କୋହଳ ରହିଥିବା ବେଳେ କୋଭିଡ ଗାଉଡ଼ଲାଇନରେ ଭକ୍ତଙ୍କୁ ଅବଢ଼ା ନେବାକୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ସୁଆର ମହାସୁଆର ନିଯୋଗ ସଂପାଦକ ।