Daily Archives

February 28, 2021

ପନିପରିବା ସାଇତି ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାର । ବ୍ୟବସାୟୀଙ୍କୁ ପରିବା ବିକି କ୍ଷତି ସହୁଛନ୍ତି ସୁନ୍ଦରଗଡ ନୂଆଗାଁ…

କନକ ବ୍ୟୁରୋ: ଗୋଟିଏ ପଟେ ଜଳ ସେଚନ ସମସ୍ୟା ଅନ୍ୟପଟେ ଅମଳ ଫସଲ ସାଇତି ରଖିବା ପାଇଁ ଶୀତଳଭଣ୍ଡାର ସମସ୍ୟା । ଏହାରି ଭିତରେ ପେଶି ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଅଂଚଳର ଚାଷୀ । ପରିବା ବିକ୍ରି ପାଇଁ ହଟହଟା ଚାଷୀ । ବଜାର ମାନ୍ଦା ସାଙ୍ଗକୁ ଦଲାଲର ରାଜୁତି ସୁନ୍ଦରଗଡ ଜିଲ୍ଲା…

ବିଜେପି ଆଡକୁ ଢଳୁଛନ୍ତି କି ଗୁଲାମ ନବି ଆଜାଦ । ମୋଦିଙ୍କୁ ପ୍ରଶଂସା କରିବା ପରେ ନୂଆ କଳ୍ପନା ଜଳ୍ପନା ।

କନକ ବ୍ୟୁରୋ : ଗତକାଲି ଜମ୍ମୁରେ ଅନୁଷ୍ଠିତ ଜି-୨୩ ସମ୍ମିଳନୀରେ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ । ଆଜି ଜମ୍ମୁରେ ଅନୁଷ୍ଠିତ ଆଉ ଏକ ସଭାରେ ସେ କହିଛନ୍ତି ଯେ, ମୋଦିଙ୍କ…

ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ କମ୍ପାନିରେ ଚଢଉ । ୨୨୦ କୋଟି ଟଙ୍କାର କଳାଧନ ଜବତ।

କନକ ବ୍ୟୁରୋ: ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ ଓ ସାନିଟାରୀ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଉପରେ ଚଢଉ କରାଯାଇ ପ୍ରାୟ ୨୨୦ କୋଟି ଟଙ୍କାର କଳାଧନ ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ଉକ୍ତ କମ୍ପାନିର ତାମିଲନାଡ଼ୁ, ଗୁଜୁରାଟ, କୋଲକତାରେ ଥିବା ମୋଟ ୨୦ଟି…

ରୋମିଓ ନିଖୋଜ ପରେ ଜୁଲିଏଟ ଆଖିରେ ନାହିଁ ନିଦ । ବିଚ୍ଛେଦର ଯନ୍ତ୍ରଣା ଦେଖି ମରାଗଲା ପୋଷ୍ଟର । ରୋମିଓକୁ ଖୋଜିଦେଲେ…

କନକ ବ୍ୟୁରୋ: ହାଇଦ୍ରାବାଦରେ ହୃଦୟ ଦିଆନିଆ, ବଲାଙ୍ଗିରରେ ବିରହ । ସେଠି ମିଶିଥିଲା ମନ, ଏଠି ବିଚ୍ଛେଦରେ ବିତୁଛି ଦିନ । ଆଖି ଆଗରୁ ଜୀବନ ସାଥୀକୁ ଦୂରେଇ ବିରହରେ ଜଳୁଛି ଜୁଲିଏଟ । ନିଶ୍ୱାସକୁ ହଜେଇ ଦିନରାତି ରାତି ଝୁରୁଛି ପ୍ରେମପକ୍ଷୀ । ପ୍ରେମକଥା ଉଠିଲେ ସମସ୍ତେ ରୋମିଓ ଜୁଲିଏଟର ଉଦାହରଣ…

ଜଙ୍ଗଲ ନିଆଁରେ ପୋଡିଗଲେ ରାସ୍ତାରେ ଯାଉଥିବା ୫ ଜଣ ଯାତ୍ରୀ । ଅଚାନକ ପବନ ବହିବା ଯୋଗୁଁ ମାଡି ଆସିଥିଲା ନିଆଁ ଓ ଧୂଆଁ ।

କନକ ବ୍ୟୁରୋ: ରାଜ୍ୟରେ ତାତି ବଢ଼ିବା ସହିତ ଜଙ୍ଗଲ ଜଳିବା ଆରମ୍ଭ ହୋଇଛି । ଢ଼େଙ୍କାନାଳ କାମାକ୍ଷାନଗରର ଓ ମୟୂରଭଞ୍ଜ କରଞ୍ଜିଆ ଜଙ୍ଗଲରେ ମାଡିଚାଲିଛି ନିଆଁ । ଜଙ୍ଗଲ ଭିତରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ ସହଜରେ ବ୍ୟାପି ଚାଲିଛି । ଆଉ ଏହି ନିଆଁରେ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଉଛି…

ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଲେ ବିଜେପି କରିଥିଲା ଲାଲକିଲ୍ଲା ହିଂସା । କୃଷକ ମାନେ ନୁହନ୍ତି…

କନକ ବ୍ୟୁରୋ : ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଉତ୍ତରପ୍ରଦେଶର ମିରଟ ଠାରେ ଆୟୋଜିତ ଚାଷୀ ମହାପଞ୍ଚାୟତକୁ ସମ୍ବୋଧିତ କରି କେଜ୍ରିୱାଲ କହିଛନ୍ତି ‘ଲାଲକିଲ୍ଲା ହିଂସା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ’ । ଲାଲକିଲ୍ଲା ଉପରେ ଚଢି ଯେଉଁ…