ଫ୍ରଡ୍, ସ୍କାମରୁ ବଞ୍ଚାଇବ ହ୍ୱାଟ୍ସଆପର ଏହି ଫିଚର୍ସ । ସନ୍ଦିଗ୍ଧ ଆକାଉଣ୍ଟକୁ କରିଦେବ ବ୍ଲକ୍

132

କନକ ବ୍ୟୁରୋ : ବର୍ତ୍ତମାନ ହ୍ୱାଟ୍ସଆପ୍ ସମସ୍ତଙ୍କର ଜରୁରୀ ଆପ୍ ପାଲଟିଯାଇଛି । ଏହି ଆପ୍ ବିନା ଗୋଟିଏ ଦିନ ବିତାଇବାବି ୟୁଜର୍ସଙ୍କ ପାଇଁ ମୁସକିଲ୍ ହୋଇପଡିଛି । ଏହି ଆପ୍ ଲୋକଙ୍କ ପାଇଁ ବର୍ତ୍ତମାନ ଏକ ବଡ ମାଧ୍ୟମ ପାଲଟିଥିବା ବେଳେ ଏହି ଆପକୁ ନେଇ ଅନେକ ଅପବ୍ୟବହାର ମଧ୍ୟ କରାଯାଉଛି । ହ୍ୱାଟ୍ସଆପକୁ ବ୍ୟବହାର କରି ବିଭିନ୍ନ ପ୍ରକାରରେ ଠକାମୀ ଏବଂ ସ୍କାମର ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ସେପ୍ଟି ଫିଚର୍ସ ଲଞ୍ଚ କରିବାକୁ ଯାଉଛି ହ୍ୱାଟ୍ସଆପ୍ । ଏହାଦ୍ୱାରା ସନ୍ଦିଗ୍ଧ ମେସେଜ୍ ପଠାଯାଉଥିବା ଆକାଉଣ୍ଟକୁ ଲକ୍ କରି ମେସେଜ୍ ଯିବାରୁ ରୋକିବ ।

ଏହି ଫିଚର୍ ଅନୁସାରେ, ହ୍ୱାଟ୍ସଆପ୍ କୌମସି ସନ୍ଦେହଜନକ ବାର୍ତ୍ତା ପାଇବା ମାତ୍ରେ ଏହା ସାମୟିକ ଭାବରେ ସଂପୃକ୍ତ ଉପଭୋକ୍ତା ଆକାଉଣ୍ଟକୁ ଅବରୋଧ କରିପାରିବ ଏବଂ ଏହିପରି କୌଣସି ବାର୍ତ୍ତା ପଠାଇବାରେ ୟୁଜର୍ସ ସମର୍ଥ ହେବେ ନାହିଁ । ହ୍ୱାଟ୍ସଆପକୁ ଅପଡେଟ୍ କରିବା ପରେ ଏହି ଫିଚର୍ସ ଆପେ ଆପେ ସାମିଲ ହୋଇଯିବ ।

ହ୍ୱାଟ୍ସଆପର ନୂଆ ଫିଚର୍ସ ସ୍କାମ୍ ଓ ଫ୍ରଡ୍ କରୁଥିବା ଲୋକଙ୍କୁ ପ୍ରଥମେ ଚେତାବନୀ ଦେବ । ଯଦି ୟୁଜର୍ସ ଚେତାବନୀକୁ ନମାନନ୍ତି ତେବେ ୟୁଜର୍ସର ଆକାଉଣ୍ଡକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଯଦି କୌଣସି ସନ୍ଦିଗ୍ଧ ଆକାଉଣ୍ଟ ନଜର ଆସେ ତେବେ ଏହି ଫିଚର୍ସ ସେହି ସନ୍ଦିଗ୍ଧ ଆକାଉଣ୍ଟକୁ ତୁରନ୍ତ ବ୍ଲକ୍ କରିଦେବ । ଏହି ଫିଚର୍ସ ଖୁବଶୀଘ୍ର ଲଜ୍ଞ ହେବାକୁ ଯାଉଛି