Daily Archives

February 10, 2021

କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ।

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ବୁଧବାର ଆନ୍ଧ୍ର ବିରୋଧରେ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ୧୯୬୮ରେ ଏନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ରହିଥିଲା ।…

ଉଠା ଜଳସେଚନ ପ୍ରକଳ୍ପକୁ ହୋଇ ପାରୁନି ବିଦ୍ୟୁତ ସଂଯୋଗ । ପଡିଆ ପଡିଛି ୫୦ ଜଣ ଚାଷୀଙ୍କ ଏକର ଏକର ଜମି ।

କନକ ବ୍ୟୁରୋ: ବିଦ୍ୟୁତ ବିଭାଗ ଏବଂ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପଡିଆ ପଡୁଛି ୩୦ ଏକରରୁ ଉଦ୍ଧ୍ୱ ଚାଷ ଜମି । ୩ ବର୍ଷ ହେବ ଦୁର୍ଦ୍ଦଶା ଭାଗୁଛନ୍ତି ୫୦ରୁ ଅଧିକ ଚାଷୀ । ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣା କରିବା ପାଇଁ ଜଳ ସେଚନର ସୁବିଧା କରୁଛନ୍ତି, କିନ୍ତୁ ଯୋଜନାର କାର୍ଯ୍ୟକାରିତା…

ନିଜ ବାଡିରେ ତଟକା ପରିବା ଫଳାଇଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହୋଇଛନ୍ତି ପୋଲସରାର ମହିଳା…

କନକ ବ୍ୟୁରୋ: ମହିଳାଙ୍କ ମୋ ବଗିଚା । ନିଜ ବାଡିରେ ଫଳାଇଛନ୍ତି ତଟକା ପରିବା । ଗଞ୍ଜାମ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀରେ ପନିପରିବା ଚାଷ କରି ପରିବାର ଚଳାଉଛନ୍ତି ମହିଳା । ସରକାରଙ୍କ ମୋ ବଗିଚା ଯୋଜନାରେ ସାମିଲ ହେବା ସହିତ ନିଜ ଘର ପଛପଟ ଜମିରେ ଫୁଲକୋବି, ଝୁଡଙ୍ଗ, କଲରା, କଦଳି, କଖାରୁ,…

ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ…

କନକ ବ୍ୟୁରୋ: ଘରଦ୍ୱାର ଅଛି, ନଳ କୂଅ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବି ଅଛି । ରାଜସ୍ୱ ଗାଁକୁ ସରକାର କଂକ୍ରିଟ ରାସ୍ତା ବି କରିଛନ୍ତି । କିନ୍ତୁ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି । ଅନେକ ଲୋକ ତ ଗାଁ ଛାଡି ବିସ୍ଥାପନ ଜୀବନ ବିତାଉଛନ୍ତି । କାରଣ ଗ୍ରାମବାସୀଙ୍କୁ କଲବଲ କରୁଛି ଗାଁ…

ସଂସଦରେ ସୀତା, ରାବଣ ଓ ପେଟ୍ରୋଲ । ରାଜ୍ୟସଭାରେ ସମାଜବାଦୀ ସାଂସଦଙ୍କ ପ୍ରଶ୍ନ, ଭାରତ ତୁଳନାରେ ସୀତାଙ୍କ ନେପାଳ ଓ…

କନକ ବ୍ୟୁରୋ : ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ ବିଶ୍ୱମ୍ବର ପ୍ରସାଦ ନିଷାଦ ଏହି ପ୍ରଶ୍ନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ବୁଧବାର ଦିନ ରାଜ୍ୟସଭାରେ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସାଂସଦ…

ଏବେବି ଫସି ରହିଛନ୍ତି ୩୦ରୁ ଅଧିକ ଶ୍ରମିକ । ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ, ଶତାଧିକ ନିଖୋଜ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ତପୋବନର ଦ୍ୱିତୀୟ ଟନେଲରେ ୩୦ରୁ ଅଧିକ ଶ୍ରମିକ ଫସିଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ରବିବାର ଭୟାନକ ହିମସ୍ଖଳନକୁ ୩ ଦିନ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା…